fbpx

ଅଡ଼ୁଆରେ ବ୍ରାଜିଲ ରାଷ୍ଟ୍ରପତି ବୋଲସନାରୋ, ଟିକା ଦୁର୍ନୀତି ଅଭିଯୋଗରେ ଅପରାଧିକ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟର ମଞ୍ଜୁରୀ

ନୂଆଦିଲ୍ଲୀ: ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି । ଭାରତ ବାୟୋଟେକ୍‌ ପାଖରୁ ଅଧିକ ଦାମରେ ଭ୍ୟାକସିନ୍‌ ଡିଲ୍‌ କରିଥିବା ଅଭିଯୋଗରେ ଏବେ ବୋଲସନାରୋଙ୍କ ବିରୋଧରେ ତଦନ୍ତ କରାଯିବ । ଭ୍ୟାକସିନ୍‌ ଦୁର୍ନୀତି ଅଭିଯୋଗ ଉପରେ ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ ବିରୋଧରେ ଶୁକ୍ରବାର ବ୍ରାଜିଲ୍‌ ସୁପ୍ରିମକୋର୍ଟ ଅପରାଧିକ ତଦନ୍ତ କରିବାକୁ ଅନୁମତି ଦେଇଛନ୍ତି । ସୁପ୍ରିମକୋର୍ଟର ଜଜ ଜଷ୍ଟିସ୍‌ ରୋଜା ବେବର ମାମଲାର ଶୁଣାଣି ବେଳେ ଏହି ତଦନ୍ତ ନିର୍ଦେଶ ଦେଇଥିବା ଜଣାପଡିଛି ।

ବ୍ରାଜିଲ୍‌ ସରକାରଙ୍କ ଉପରେ ଟିକା କ୍ରୟକୁ ନେଇ ଦୁର୍ନୀତି ଅଭିଯୋଗ ଆସିବା ପରେ କୋଭାକ୍ସିନ୍‌ର ୨୦ ମିଲିୟନ୍‌ ଡୋଜ୍‌ କ୍ରୟ ବୁଝାମଣା ରଦ୍ଦ ହୋଇଛି । ଅନ୍ୟପଟେ ୨୯ ଜୁନ୍‌ ପର୍ଯ୍ୟନ୍ତ ବ୍ରାଜିଲ୍‌ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଅର୍ଥ ଦିଆଯାଇନଥିଲା ବୋଲି ଭାରତ ବାୟୋଟେକ୍‌ ପକ୍ଷରୁ କୁହାଯାଇଛି । ବିଶେଷ କରି ବ୍ରାଜିଲ୍‌ ରାଷ୍ଟ୍ରପତି ବୋଲସନାରୋଙ୍କ ବିରୋଧରେ ଟିକା କ୍ରୟ ନେଇ ଅନିୟମିତତା ଅଭିଯୋଗ ହେବା ପରେ ଡିଲ୍‌ ବାତିଲ ହୋଇଥିବା ଜଣାପଡ଼ିଛି । ଏନେଇ ମଙ୍ଗଳବାର ସେଠାକାର ସ୍ବାସ୍ଥ୍ୟ ମନ୍ତ୍ରୀ ମାର୍ସିଲୋ କିରୋଗା ସୂଚନା ଦେଇଥିଲେ ।

Get real time updates directly on you device, subscribe now.