fbpx

ଘରର ଏହି ଦିଗରେ ଲଗାନ୍ତୁ ଏହି ଫଟୋ, ଆଉ ଦୂର କରନ୍ତୁ ସବୁ ପ୍ରକାରର ବାସ୍ତୁ ଦୋଷ

ଓଡ଼ିଶା ଭାସ୍କର ବ୍ୟୁରୋ: ସାଧାରଣତଃ ଘରକୁ ସଜାଇବା ପାଇଁ ଓ ପରିବାର ଲୋକଙ୍କ ସହିତ ଉଠାଇଥିବା ଫଟୋକୁ ଘରର କାନ୍ଥରେ ଲଗାଇଥାଉ । ଆଉ ଦେଖିଲେ ଆମକୁ ଖୁସି ମିଳିଥାଏ ଏବଂ ଆତ୍ମସନ୍ତୋଷ ହୋଇଥାଏ । ତେବେ କଣ ଆପଣ ମାନଙ୍କୁ ଜଣା ଅଛି କି ଏହି ଫଟୋ ସବୁ କେବଳ ଆପଣ ମନକୁ ଶାନ୍ତି ଦିଏନି ବରଂ ଦୈନାନ୍ଦିନ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଥାଏ । ଖାଲି ସେତିକି ନୂହେଁ ଘରେ ଫଟୋ ଲଗାଇବା ଦ୍ୱାରା ଜୀବନର ବିଭିନ୍ନ ପର୍ଯ୍ୟାୟ ଉପରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ ।

ବାସ୍ତୁଶାସ୍ତ୍ରରେ ମଧ୍ୟ ଘରେ ଅଲଗା ଅଲଗା ଦିଗରେ ଫଟୋ ଲଗାଇବା ଭଳି ନିୟମ ବିଷୟରେ ଉଲ୍ଲେଖ କରାଯାଇଛି । ବାସ୍ତୁଶାସ୍ତ୍ରରେ ରହିଥିବା ଏହିସବୁ ନିୟମ ଆମର ଜୀବନ ସହିତ ସଂଯୋଗ କରିଥାଏ । ଏସବୁ ଆମ ଜୀବନରେ ଆମୁଳଚୁଳ ପରିବର୍ତ୍ତନ ଆଣିଥାଏ ।

୧. ଘରର ପୂର୍ବ ଦିଗ ହେଉଛି ଭଗବାନ ସୂର୍ଯ୍ୟଙ୍କ ଦିଗ । ତେଣୁ ଦିଗରେ ଉଦୟ ହେଉଥିବା ସୂର୍ଯ୍ୟର ଫଟୋ ଲଗାଇବା ଦ୍ୱାରା ଘରେ ସକାରାତ୍ମକ ମାହୋଲ ସୃଷ୍ଟି ହୋଇଥାଏ ଓ ପଜିଟିଭ୍ ଏନର୍ଜି ମଧ୍ୟ ସୃଷ୍ଟି ହୋଇଥାଏ । ଏଥିସହିତ ପରିବାରର ସଦସ୍ୟଙ୍କ କାମରେ ଉନ୍ନତି ହୋଇଥାଏ ।

୨. ଉତ୍ତର ଦିଗକୁ ଧନ ଏବଂ ସମୃଦ୍ଧିର ଦିଗ ବୋଲି ଧରାଯାଇଥାଏ । ଏହି ଦିଗରେ ମା ଲକ୍ଷ୍ମୀ, ଭଗବାନ ଗଣେଶ କିମ୍ବା ଧନ ବୈଭବ ଯୁକ୍ତ ଫଟୋ ଲଗାନ୍ତୁ । ଏହାଦ୍ୱାରା ଘରେ ସମ୍ପନ୍ନତା ବୃଦ୍ଧି ପାଇବ ।

୩. ରାଧା କୃଷ୍ଣଙ୍କର ଫଟୋକୁ ବେଡ୍ ରୁମର ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ଲଗାନ୍ତୁ । ଏହାଦ୍ୱାରା ଦମ୍ପତିଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ହୋଇଥାଏ ।

୪. ବାସ୍ତୁ ଶାସ୍ତ୍ରରେ ଫ୍ୟାମିଲି ଫଟୋ ଲଗାଇବାର ସବୁଠାରୁ ଭଲ ଦିଗ ହେଉଛି ଦକ୍ଷିଣ-ପଶ୍ଚିମ । ଏହି ଦିଗରେ ଫ୍ୟାମିଲି ଫଟୋ ଲଗାଇବା ଦ୍ୱାରା ଘରର ସଦସ୍ୟଙ୍କ ମଧ୍ୟରେ ସହଯୋଗ ଓ ସ୍ନେହ ଶ୍ରଦ୍ଧା ବଢ଼ିଥାଏ ।

୫. ପୂର୍ବଜଙ୍କ ଫଟୋ ଘରର ଠାକୁର ଘରେ ରଖିବା ଆଦୌ ଉଚିତ୍ ନୁହେଁ । ଏଥିପାଇଁ ସବୁଠାରୁ ଭଲ ଦିଗ ହେଉଛି ଦକ୍ଷିଣ ଦିଗ ।

୬. ଫଟୋରେ ଥିବା ପେଣ୍ଟିଂରେ ଯଦି ନଦୀ କିମ୍ବା ସମୁଦ୍ରର ଚିତ୍ର ରହିଛି ତେବେ ତାକୁ ଉତ୍ତର ଦିଗରେ ଲଗାନ୍ତୁ ।

୭. ଯଦି ଫଟୋରେ ଗଛଲତା ରହିଛି ତେବେ ତାକୁ ଘରର ପୂର୍ବ ଦିଗରେ ଲଗାଇବା ଦ୍ୱାରା ଘରେ ସମୃଦ୍ଧି ବୃଦ୍ଧି ହୋଈଥାଏ । ମାନସିକ ଶାନ୍ତି ମଧ୍ୟ ପ୍ରାପ୍ତ ହୋଇଥାଏ ।

Get real time updates directly on you device, subscribe now.