fbpx
BSKY SKY
BSKY SKY

IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ଅଖିଳେଶ୍ୱର ହେଲେ ଜଗତସିଂହପୁର ଏସପି

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଆଇପିଏସ ଅଖିଳେଶ୍ୱର ସିଂହଙ୍କୁ ଜଗତସିଂହପୁର ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ଆଇଜି ଏସ ଦେବଦତ୍ତ ସିଂହ । ପୋଲିସ ମୁଖ୍ୟାଳୟ ଆଇଜି ହୋଇଛନ୍ତି ଦେବଦତ୍ତ ।

ଏହା ସହିତ ପିଏସ ପୁରୁଷୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ପ୍ରକାଶ ଆରଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି କରାଯାଇଛି । ବରଗଡ଼ ଏସପି ଭାବେ ରାହୁଲ ଜୈନ ଦାୟିତ୍ୱ ନେଇଛନ୍ତି । ପ୍ରତ୍ୟୁଷ ଦିବାକରଙ୍କୁ ନୂଆପଡ଼ାର ଏସପି ଭାବେ ଦାୟିତ୍ୱ ମିଳିଛି ।

ମୟୁରଭଞ୍ଜ ଏସପି ଭାବେ ନିଯୁକ୍ତ ହୋଇଛନ୍ତି କେଆର ଦ୍ୟାନଦେଓ । ସେହିପରି ମାଲକାନଗିରିର ଏସପି ଭାବେ ଦାୟିତ୍ୱ ନେଇଛନ୍ତି ପିଏସ ମୀନା ।

Get real time updates directly on you device, subscribe now.