fbpx

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୩ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୩ ତମ ପ୍ରତିଷ୍ଠା ଦିବସ ରାଜ୍ୟବ୍ୟାପୀ ପାଳନ ହୋଇଯାଇଛି । ମହବିଦ୍ୟାଳୟ/ବିଶ୍ୱବିଦ୍ୟାଳୟରେ ମଧ୍ୟ ପ୍ରତିଷ୍ଠା ଦିବସ ତଥା ବିଦ୍ୟାର୍ଥୀ ଦିବସ ପାଳନ କରାଯାଇଛି । ଏହି ଅବସରରେ ବିଭିନ୍ନ ଜିଲ୍ଲାରେ ପାଠ୍ୟପୁସ୍ତକ ବଂଟନ କରାଯିବା ସହ, ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଆଦି କରାଯାଇଛି । କେତକ ସ୍ଥାନରେ ପରିଷଦର ପାଠଶାଳା ମଧ୍ୟ ଉଦଘାଟନ ହୋଇଛି ।

୧୯୪୮ ମସିହାରେ ହରିଆନାର ଅମ୍ବାଲା ସହରରେ କିଛି ଛାତ୍ର ଓ ଅଧ୍ୟାପକମାନେ ମିଶି ଏକ ନୂଆ ଛାତ୍ର ସଂଗଠନ କୁ ଜନ୍ମଦେଲେ। ପରବର୍ତ୍ତି ସମୟରେ ୧୯୪୯ ମସିହା ଜୁଲାଇ ୯ ତାରିଖରେ ଏହା ‘ଅଖିଳ ଭାରତୀୟ ବିଦ୍ୟର୍ଥୀ ପରିଷଦ” ନାମରେ ପଞ୍ଜିକୃତ ହେଲା। ସେହିଦିନ ଠାରୁ “ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ’ ଭାବେ ଏହି ଦିନକୁ ପାଳନ କରି ଆସୁଛି ।

ଏହି ଅବସରରେ ମୋଟ ୯୬ଟି ନଗରରୁ ୧୮୭୮ ଜଣ ବିଦ୍ୟାର୍ଥୀ ଓ ୮୨ ଜଣ ଅଧ୍ୟାପକ/ଅଧ୍ୟାପିକା ଉପସ୍ଥିତ ଥିଲେ । ୫୧ଟି ରାଜ୍ୟ ସଭାପତି ଡ. ଗାର୍ଗୀ ବାନାର୍ଜୀ ପରିଷଦର ପ୍ରଦେଶ କାର୍ୟ୍ୟାଳୟରେ ପତାକା ଉତୋଳନ କରିଥିଲା ବେଳେ ଅନ୍ୟ କ୍ୟାମ୍ପସରେ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ଦ୍ୱାରା ଏବିଭିପିର ପତାକା ଉତୋଳନ ହୋଇଥିଲା । ବିଦ୍ୟାର୍ଥୀ ପରିଷଦ ଆଜି ବିଶ୍ୱର ସର୍ବବୃହତ୍ ଛାତ୍ର ସଂଗଠନ ଯାହାରକି ୩୫ ଲକ୍ଷରୁ ଅଧିକ ସଦସ୍ୟତା ରହିଛି ।

Get real time updates directly on you device, subscribe now.