fbpx

ଶରୀର ଅସୁସ୍ଥ, Sex କରିବାକୁ ମନା କରିବା ମାନସିକ କ୍ରୁରତା କି? କ’ଣ କହିଲେ ହାଇକୋର୍ଟ

ନୂଆଦିଲ୍ଲୀ: ଯଦି ଜଣେ ମହିଳା ନିଜ ଶାରୀରିକ ଅସୁସ୍ଥତା ଯୋଗୁଁ ଯୌନ ସମ୍ପର୍କ ରକ୍ଷା କରିବାକୁ ମନା କରନ୍ତି, ତେବେ ଏହାକୁ ମାନସିକ କ୍ରୁରତା କୁହାଯିବ କି? ଏ ନେଇ ମାନ୍ୟବର ଅଦାଲତ ଏକ ବଡ଼ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ, ଯଦି ଜଣେ ମହିଳା ଶାରୀରିକ କ୍ଷେତ୍ରରେ ଅସୁସ୍ଥ ଅଛନ୍ତି ଏବଂ ଅକ୍ଷମତା ଯୋଗୁଁ ସମ୍ପର୍କ ରକ୍ଷା କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି, ତେବେ ଏହା ଏକ ମାନସିକ କ୍ରୁରତା ହୋଇପାରିବ ନାହିଁ । କାରଣ ପ୍ରକୃତି ବିରୁଦ୍ଧରେ ଶାରୀରିକ ସମ୍ବନ୍ଧ ରକ୍ଷା କରିବାକୁ ଏକ ମାନସିକ କ୍ରୁରତା ଭାବରେ ବିଚାର କରାଯାଇପାରିବ ନାହିଁ । ଏଭଳିଏକ ମାମଲାରେ ଉତ୍ତରାଖଣ୍ଡ ହାଇକୋର୍ଟ ନିଜ ରାୟ ଶୁଣାଇଛନ୍ତି ।

ସୂଚନା ଅନୁସାରେ, ନିଜ ସ୍ୱାମୀଙ୍କ ଉପରେ ଜଣେ ମହିଳା ଏପରି ଗମ୍ଭୀର ଆରୋପ ଲଗାଇଛନ୍ତି । ତାଙ୍କ ଇଚ୍ଛା ବିରୁଦ୍ଧରେ ସ୍ୱାମୀ ତାଙ୍କ ସହ ଆନାଲ ସେକ୍ସ କରିଥିଲେ । ଯାହାଫଳରେ ମହିଳା ଆହତ ହେବା ସହ ବିଭିନ୍ନ ମେଡିକାଲରେ ନିଜ ଚିକିତ୍ସା କରାଇଛନ୍ତି । ଏହାପରେ ମଧ୍ୟ ଅଭିଯୁକ୍ତ ତାଙ୍କୁ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଛନ୍ତି । ଏହାବସହିତ ଏଥିପାଇଁ ପିଲାଙ୍କୁ ଲାପଟପରେ ଅଶ୍ଳୀଳ ଭିଡିଓ ଦେଖାଉଥିବା ନେଇ ଅଭିଯୋଗ କରିଛନ୍ତି ମହିଳା ଜଣକ । ସେ ଅହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ପିଲାମାନଙ୍କୁ ନିଜ ପ୍ରାଇଭେଟ ପାର୍ଟ ଦେଖାଇବା ସହ ଅସଦାଚରଣ କରୁଥିଲା । ସେପଟେ ପତ୍ନୀଙ୍କ ଏ ସମସ୍ତ ଅଭିଯୋଗୁ ଯୁକ୍ତି କରି ଅଭିଯୁକ୍ତ କହିଛନ୍ତି ଯେ, ଆନାଲ୍ ସେକ୍ସ ଅପରାଧ ନୁହେଁ । ପତ୍ନୀଙ୍କ ମନୋରଞ୍ଜନ ପାଇଁ ଏସବୁ କରିଥିବା କହିଛନ୍ତି ଅଭିଯୁକ୍ତ ସ୍ୱାମୀ । ସେହିପରି ପିଲାଙ୍କ ସହ ମଧ୍ୟ କୌଣସି ଭୁଲ କରି ନଥିବା ସେ ପ୍ରକାଶ କରିଛନ୍ତି ।

ଏହିମାମଲାରେ ଜଷ୍ଟିସ ରବିନ୍ଦ୍ର ମୈଥାନୀଙ୍କ ଜଣିକିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । ସେ କହିଛନ୍ତି ଯେ, ପ୍ରକୃତିର ନିୟମ ବିରୁଦ୍ଧରେ ଶାରୀରିକ ସମ୍ପର୍କ ରକ୍ଷା କରିବା ଉଚିତ୍ ନୁହେଁ । ଏଥିପାଇଁ ମହିଳାଙ୍କ ନିକଟରେ ସେକ୍ସକୁ ମନା କରିବାର ଯଥେଷ୍ଟ କାରଣ ରହିଛି । ସେ ଆହତ ଥିବାରୁ ଶାରୀରିକ ଅକ୍ଷମତା ଯୋଗୁଁ ସେକ୍ସ କରିବାକୁ ମନା କରିଥିଲେ । ତେଣୁ ଏହା ମାନସିକ କ୍ରୁରତା ବୋଲି କୁହାଯାଇ ପାରିବ ନାହିଁ ।

Get real time updates directly on you device, subscribe now.