fbpx
BJD SKY
BJD SKY

(Video) ଚିପ୍ସ ପ୍ୟାକେଟରେ ସଜା ହେଲା ବର ଗାଡ଼ି, ଭିଡିଓ ଦେଖି ଲୋକେ କହିଲେ- ପୂରା ଦୋକାନ..

BJD

ନୂଆଦିଲ୍ଲୀ: ବିବାହରେ ବର କାର୍ ଉପରେ ସମସ୍ତଙ୍କ ନଜର ରହିଥାଏ । ବର ଘର ଲୋକେ ପୁଅର ବରଯାତ୍ରୀକୁ ଖୁବ ଧୁମ ଧାମର ସହ ବିବାହ ପାଇଁ ନେଇକି ଯାଆନ୍ତି । ବରର କାର୍ କୁ ଫୁଲ ସହ ସଜାଯାଇଥାଏ । ହେଲେ ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଭିଡିଓରେ ଏକ ବିବସ୍ରେ ବରଯାତ୍ରୀ ସହ ବର ଗାଡ଼ି ଚିପ୍ସ ପ୍ୟାକେଟରେ ସଜାଯାଇଛି । ଏହି ଭିଡିଓର ସାଜସଜାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି ।

ଏହି ଗାଡ଼ି ଫୁଲ ଓ ପତ୍ର ଦ୍ୱାରା ସଜାଯିବ ପରିବର୍ତ୍ତେ ଚିପ୍ସ ପ୍ୟକେଟ ଦ୍ୱାରା ସଜାଯାଇଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏପର୍ଯ୍ୟନ୍ତ ଜଣାପଡିନି ଯେ, ଏହି ଭିଡିଓ କେଉଁଠିକାର । ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଏହାକୁ ଏପର୍ଯ୍ୟନ୍ତ ୬ ମିଲିୟନରୁ ଅଧିକ ଲୋକେ ଦେଖିସାରିଛନ୍ତି । ଭିଡିଓରେ ଏହା ମଧ୍ୟ ନଜର ଆସିଛି ଯେ, ଏହି କାର୍ କୁ ଦେଖିବା ଲାଗି ବଡ଼ ବଡ଼ ବ୍ୟକ୍ତିମାନଙ୍କ ଲମ୍ବା ଗାଡ଼ି ଲାଗିଛି ।

ଏହି ଭିଡିଓକୁ ଦେଖି ଅନେକ କମେଣ୍ଟ ମଧ୍ୟ ଆସିଛି । ଜଣେ ୟୁଜର୍ସ ଲେଖିଛନ୍ତି ଯେ, ପୁରା ଦପକାନ ନେଇ ଯିବାର କଣ ଆବଶ୍ୟକତା କଣ ଥିଲା ।

 

View this post on Instagram

 

A post shared by Satyapal Yadav (@ysatpal569)

Get real time updates directly on you device, subscribe now.