fbpx

ପ୍ରଥମ ଥର ପାଇଁ ୭୦ଟଙ୍କା ଅତିକ୍ରମ କଲା ସୁନା ଦର, ଅଳଙ୍କାର କିଣିବାକୁ ଡରିଲେଣି ଲୋକେ

ଓଡ଼ିଶା ଭାସ୍କର: ଦିନକୁ ଦିନ ବଢି ଚାଲିଛି ସୁନା ଦର । ଫଳରେ ବର୍ତ୍ତମାନ ଅଳଙ୍କାର କିଣିବାକୁ ଲୋକେ ଭୟ କଲେଣି। ତେବେ ଧୀରେ ଧୀରେ ଏହାର ମୂଲ୍ୟ ବଢି ଶେଷରେ ବର୍ତ୍ତମାନ ଦାମ୍‌ ୭୦,୦୦୦ ଅତିକ୍ରମ କରିଛି। ସୁନା ସହିତ ରୂପା ମୂଲ୍ୟ ମଧ୍ୟ ରେକର୍ଡ ସୃଷ୍ଟି କରୁଛି। ଗୁରୁବାର ଦିନ, ଏମସିଏକ୍ସ ଉପରେ ରୂପା ୬୮୯ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପିଛା ୭୯,୭୦୦ ଟଙ୍କା ସ୍ତରରେ ପହଞ୍ଚିଛି। ବୁଧବାର ଦିନ ରୂପା ୭୯,୦୦୧ ଟଙ୍କା ସ୍ତରରେ ବନ୍ଦ ହୋଇଛି।

ତେବେ ଏମସିଏକ୍ସର ଫ୍ୟୁଚର ବଜାରରେ ସୁନା ୭୦,୦୦୦ ଟଙ୍କା ଅତିକ୍ରମ କରିଛି। ଗତକାଲି ତୁଳନାରେ ଆଜି ସୁନାର ଦାମ୍‌ରେ ୩୭୨ ଟଙ୍କା ମହଙ୍ଗା ହୋଇଛି। ଫଳରେ ଓଡ଼ିଶାରେ ଖାଣ୍ଟି ସୁନା ତଥା ୨୪ କ୍ୟାରେଟ୍‌ ସୁନାର ଦାମ୍‌ ୧୦ ଗ୍ରାମ ପିଛା ୭୦, ୪୭୦ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍‌ ସୁନାର ଦାମ୍‌ ୧୦ ଗ୍ରାମ ପିଛା ୬୪, ୬୦୦ ରହିଛି। ତେବେ କେବଳ ଘରୋଇ ନୁହେଁ ବିଶ୍ୱ ବଜାରରେ ମଧ୍ୟ ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଉଛି। ସାରା ବିଶ୍ୱରେ ଅନିଶ୍ଚିତତା ସମୟରେ ଲୋକମାନେ ସୁନା ଓ ରୂପା ଭଳି ଦ୍ରବ୍ୟରେ ବିନିଯୋଗ କରିବାକୁ ପସନ୍ଦ କରନ୍ତି। ବିଶ୍ୱ ବଜାରରେ ସୁନା ବୁଧବାର ୦.୦୫ ପ୍ରତିଶତ ବୃଦ୍ଧି ହୋଇ ଅନ୍ସ ପିଛା ୨୨୯୮.୭୪ ଡଲାରରେ ପହଞ୍ଚିଛି। ଗତକାଲି ତୁଳନାରେ ରୂପା ମଧ୍ୟ ୦.୦୬ ପ୍ରତିଶତ ବୃଦ୍ଧି ପାଇ ୨୭.୧ ପ୍ରତିଶତ ସ୍ତରରେ ପହଞ୍ଚିଛି। ଯାହାକୁ ନେଇ ସମସ୍ତ ସାଧାରଣ ପରିବାରର ଲୋକେ ସୁନା କିଣିବାକୁ ଭୟ କଲେଣି।

Get real time updates directly on you device, subscribe now.