fbpx
BJD SKY
BJD SKY

ମହାତ୍ମା ଗାନ୍ଧୀଙ୍କ ଏହି ସ୍ୱପ୍ନକୁ ପୁରା କରୁଛନ୍ତି ରାହୁଲ ଗାନ୍ଧୀ..! କାହିଁକି ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କହିିଲେ ଏପରି

BJD

ନୂଆଦିଲ୍ଲୀ:ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି କଂଗ୍ରେସକୁ ସମାପ୍ତ କରିବା ଲାଗି ମହାତ୍ମା ଗାନ୍ଧୀଙ୍କ କଥା ଜବାହାର ଲାଲ ନେହରୁ ମାନି ନ ଥିଲେ କିନ୍ତୁ ରାହୁଲ ଗାନ୍ଧୀ ତାଙ୍କ ସ୍ୱପ୍ନ ପୁରଣ କରିବେ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନର୍ମଦାପୁରମ୍‌ରେ ବିଜେପି ପ୍ରାର୍ଥୀ ଦର୍ଶନ ସିଂହଙ୍କ ନାମାଙ୍କନ ପତ୍ର ଭରିବାକୁ ପହଞ୍ଚିଥିଲେ । ସେ ଏହି ସମୟରେ କହିଥିଲେ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ପାଖରେ ନା ନିୟତ ଅଛି ନା କୌଣସି ନୀତି । ଶିବରାଜ କହିଥିଲେ ଦେଶ ସ୍ୱାଧୀନତା ଲାଭ ପରେ ମହାତ୍ମା ଗାନ୍ଧୀ କହିଥିଲେ ଏବେ କଂଗ୍ରେସକୁ ଭାଙ୍ଗି ଦେବା ଉଚିତ । କାରଣ କଂଗ୍ରେସ ତ ଏକ ସ୍ୱାଧୀନତା ଆନ୍ଦୋଳନ ଥିଲା । କିନ୍ତୁ ନେହରୁ ମହାତ୍ମା ଗାନ୍ଧୀଙ୍କ କଥା ମାନି ନ ଥିଲେ ଓ ନିଜ ରାଜନୈତିକ ସ୍ୱାର୍ଥ ପୂରଣ ପାଇଁ କଂଗ୍ରେସକୁ ଭାଙ୍ଗି ନ ଥିଲେ । ନେହରୁ ସିନା ମହାତ୍ମା ଗାନ୍ଧୀଙ୍କ କଥା ମାନି ନ ଥିଲେ କିନ୍ତୁ ରାହୁଲ ଗାନ୍ଧୀ ପ୍ରତିଜ୍ଞା କରିଛନ୍ତି ସେ କଂଗ୍ରେସକୁ ନିଃଶେଷ କରି ଯାଇ ଶାନ୍ତିରେ ନିଃଶ୍ୱାସ ମାରିବେ ।

Get real time updates directly on you device, subscribe now.