fbpx

OPSC ପକ୍ଷରୁ ଆବେଦନ ଆରମ୍ଭ: ଆସିଷ୍ଟାଣ୍ଟ ମତ୍ସ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ବିଭାଗ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ ପୁଣି ଆସିଛି ଏକ ବଡ଼ ସୁଯୋଗ । ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧିନରେ ଓଡ଼ିଶା ମତ୍ସ୍ୟ ସେବା ଗ୍ରୁପ-ବି’ ପଦରେ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଗତମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏପ୍ରିଲ ମାସ ୩ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ମେ ମାସ ୩ରେ ସମାପ୍ତ ହେବ । ଓଆରଏସପି ରୁଲ୍ସ, ୨୦୧୭ର ଲେବଲ-୧୦ରେ ସ୍ଲେଲ ପେ’ ୪୪,୯୦୦ ଟଙ୍କା ଅନୁସାରେ ପ୍ରାର୍ଥୀଙ୍କୁ ବେତନ ପ୍ରଦାନ କରାଯିବ । ମୋଟ ୨୬ଟି ପଦ ଖାଲି ରହିଥିବା ବେଳେ ଅଣସଂରକ୍ଷିତଙ୍କ ପାଇଁ ୧୬ଟି, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି)ଙ୍କ ପାଇଁ ୫ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୪ଟି ଓ ଅନୁସୂଚିତ ଜନଜାତି (ଏସି)ଙ୍କ ପାଇଁ ୧ଟି ପଦ ଖାଲି ରହିଛି । ମୋଟ ପଦ ମଧ୍ୟରୁ ୮ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

ଲିଖିତ ପରୀକ୍ଷା ଓ ସାକ୍ଷାତକାର ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ପେପର-୧ ଓ ପେପର-୨ରେ ପ୍ରାର୍ଥୀଙ୍କୁ ୪୦୦ ମାର୍କର ପରୀକ୍ଷା ଦେବାକୁ ପଡ଼ିବ । ମୋଟ ୨୦୦ଟି ପ୍ରଶ୍ନ ରହିବ ଓ ପ୍ରତି ପ୍ରଶ୍ନ ୨ ମାର୍କ ବିଶିଷ୍ଟ ରହିବ । ପ୍ରତି ପେପରରେ ଉତ୍ତୀର୍ଣ୍ଣ ହେବାକୁ ହେଲେ ପ୍ରାର୍ଥୀଙ୍କୁ ୩୦ ପ୍ରତିଶତ ମାର୍କ ରଖିବାକୁ ପଡ଼ିବ ବୋଲି ଆୟୋଗଙ୍କ ପକ୍ଷରୁ ନିର୍ଦ୍ଧାରିତ କରାଯାଇଛି । ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ମତ୍ସ୍ୟ ବିଜ୍ଞାନରେ ସ୍ନାତକ ଡିଗ୍ରୀ (ବି.ଏଫ.ଏସସି.) ହାସଲ କରିଥିବେ । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଅନଲାଇନ୍ ଆବେଦନ ଲିଙ୍କ: https://opscechayan.in/#/auth/landing

Get real time updates directly on you device, subscribe now.