fbpx

ନିର୍ମାଣଧୀନ ବ୍ରିଜରୁ ଖସିଲା ତୀର୍ଥଯାତ୍ରୀ ବୋଲେରୋ: ୨ ମୃତ

Advertisement

ସମ୍ବଲପୁର: ଏକ ତୀର୍ଥଯାତ୍ରୀ ବୋଲେରୋ ନିର୍ମାଣଧୀନ ବ୍ରିଜରୁ ଖସିପଡିବା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିବା ସହ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଛଡିଶଗଡ଼ରୁ ପୁରୀ ଯାଉଥିବା ବେଳେ ଏହି ଅଘଟଣ ଘଟିଛି ।

ସୂଚନା ମୁତାବକ, ଛତିଶଗଡ଼ରୁ ପୁରୀ ଯାତ୍ରା କରୁଥିବା ବୋଲେରୋଟି ସମ୍ବଲପୁର ଜିଲ୍ଲା ଝାଙ୍କରପାଲି ନିକଟରେ ନିର୍ମାଣ ହେଉଥିବା ବ୍ରିଜରୁ ତଳକୁ ଖସି ପଡିଥିଲା । ଏହା ଖସିପଡିବା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଏବଂ ପୋଲିସକୁ ଖବର ଦେଇଥିଲେ । ଏହାପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ସମସ୍ତଙ୍କୁ ହସ୍ପିଟାଲ ପଠାଯିବା ପରେ ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା । ଅନ୍ୟ ୧୦ ଜଣ ଆହତ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Get real time updates directly on you device, subscribe now.