ପିଙ୍କ୍ ବଲ୍ ଇଣ୍ଡିଆ ଲିଗର ଶୁଭାରମ୍ଭ, ଇଭେଣ୍ଟରେ ସାମିଲ ଥିଲେ ବିଶିଷ୍ଟ ଟେନିସ୍ ଖେଳାଳି ଆନ୍ଦ୍ରେ ଅଗାସୀ

ନୂଆଦିଲ୍ଲୀ: ଆଜି ଭାରତର ପିଙ୍କ୍ ବଲ୍ ଖେଳାଳି ଏବଂ ଫ୍ୟାନ୍ସଙ୍କ ପାଇଁ ଏକ ଐତିହାସିକ ଦିନ । PWR ଏବଂ DUPR ଇଣ୍ଡିଆ ଲିଗର ଘୋଷଣା କରିଛି । ବିଶ୍ୱରେ ଏହା ପ୍ରଥମ ଫ୍ରାଞ୍ଚାଇଜି ଆଧାରିତ ପିଙ୍କ୍ ବଲ୍ ଟୁର୍ଣ୍ଣାମେଣ୍ଟ ହେବ ଯାହାକି ଏକ ବଡ଼ ମାଇଲଖୁଣ୍ଟ ଅଟେ । ଏହା ଅନ୍ୟ ଫ୍ରାଞ୍ଚାଇଜ୍ ସଞ୍ଚାଳିତ କ୍ରୀଡ଼ା ସହ ସମାନ । ଆସନ୍ତା ବର୍ଷ ଜାନୁଆରୀ ୧୦ରୁ ୨୨ ପର୍ଯ୍ୟନ୍ତ ଏହା ମୁମ୍ବାଇରେ ଏହା ଆୟୋଜିତ ହେବ । ଏହି କ୍ରୀଡ଼ାରେ ବିଶ୍ୱର କୋଣ ଅନୁକୋଣରୁ ଖେଳାଳି ଅଂଶଗ୍ରହଣ କରିବେ ଯାହାଙ୍କ ପୁରସ୍କାର ରାଶିର ପୁଲ ୬, ୪୫, ୦୦୦ ଡଲାର ହେବ ।

ଏହି ଇଭେଣ୍ଟରେ ପିଙ୍କ୍ ବଲ୍ ଇଣ୍ଡିଆ ଲିଗର ଘୋଷଣା କରିବା ପାଇଁ ଆମେରିକାର ମହାନ ପୂର୍ବତନ ଟେନିସ୍ ଖେଳାଳି ଆନ୍ଦ୍ରେ ଅଗାସୀ, ଭାରତର ବିଶିଷ୍ଟ ଟେନିସ ଖେଳାଳି ରୋହନ ବୋପନ୍ନା ଏବଂ ପୂର୍ବତନ ଦକ୍ଷିଣ ଆଫ୍ରିକୀୟ କ୍ରିକେଟ ଷ୍ଟାର ଜୋଣ୍ଟି ରୋଡ୍ସ ଉପସ୍ଥିତ ଥିଲେ । ଏହି ଇଭେଣ୍ଟରେ ଉପସ୍ଥିତ ଅତିଥିବୃନ୍ଦ ଟାଇମ୍ସ ଗ୍ରୁପର ଏମଡି ବିନୀତ ଜୈନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଯାହାଙ୍କ ପଦକ୍ଷେପ ପାଇଁ ଏହା ସମ୍ଭବପର ହୋଇପାରିଥିଲା । ଏହି ଅବସରରେ ବିନୀତ ଜୈନ କହିଥିଲେ, ‘ଆଜି ଆପଣଙ୍କ ଗହଣରେ ଉପସ୍ଥିତ ରହି ବେଶ ଖୁସି ଅନୁଭବ କରୁଛି । ଏହି ଲିଗ୍ ଏବଂ ଟୁର୍ ଲଞ୍ଚ୍ ହେବା ସହ ଭାରତରେ ପିଙ୍କ୍ ବଲ୍ ବିକାଶରେ ଏକ ମାଇଲଖୁଣ୍ଟ ହେବ । ଆମ ଗହଣରେ ଆନ୍ଦ୍ରେ ଅଗାସୀ, ରୋହନ ବୋପନ୍ନା ଏବଂ ଜୋଣ୍ଟି ରୋଡ୍ସଙ୍କ ଉପସ୍ଥିତି ଉତ୍ସାହିତ କରିଛି । ଏହି ନୂଆ ଯୁଗର କ୍ରୀଡ଼ାକୁ ସମର୍ଥନ ଏବଂ ପ୍ରୋତ୍ସାହିତ କରିବା ପାଇଁ ମାନନୀୟ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡା. ମନସୁଖ ମାଣ୍ଡଭିଆଙ୍କୁ କୃତଜ୍ଞତା ଜଣାଉଛି ।’