fbpx

ପିପିଲି ଉପନିର୍ବାଚନ: ଦିନ ୩ଟା ସୁଦ୍ଧା ୫୯.୭୨% ମତଦାନ

ପିପିଲି(ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନ ମତଦାନ ଆରମ୍ଭ ହୋଇଛି । ତେବେ ଦିନ ୩ଟା ସୁଦ୍ଧା ୫୯.୭୨% ମତଦାନ ହୋଇଛି । ବର୍ତ୍ତମାନ ସୁଦ୍ଧା ସୁରୁଖୁରୁରେ ମତଦାନ ଚାଲିଛି । ଦିନ ୧୧ଟା ସୁଦ୍ଧା ୨୪.୭୬% ମତଦାନ ହୋଇଛି । ସେହିପରି ସକାଳ ୯ଟା ସୁଦ୍ଧା ୭.୮% ମତଦାନ ହୋଇଥିଲା । ତେବେ କୋଭିଡ୍ କଟକଣା ମଧ୍ୟରେ ପିପିଲି ଉପନିର୍ବାଚନ ଜାରି ରହିଛି । ତେଣୁ ଏନେଇ ମତଦାନ କେନ୍ଦ୍ର ଗୁଡ଼ିକରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ପୁଲିଂ ବୁଥ୍ ରେ କଥା ସୁରକ୍ଷା ବ୍ୟବସ୍ଥା ହୋଇଛି । ଯେପରି କୌଣସି ଅପ୍ରୀତିିକର ପରିସ୍ଥିତି ସୃଷ୍ଟି ନ ହେବ ତା ଉପରେ ବି ନଜର ରଖିଛି ପୋଲିସ୍ । ଇଭିଏମ୍ ର ଯାନ୍ତ୍ରିକ ତ୍ରୁଟି ସ୍ଥିତି ବର୍ତ୍ତମାନ ସ୍ୱାଭାବିକ ରହିଛି ।

Get real time updates directly on you device, subscribe now.