fbpx

ସ୍ଥଗିତ ହେଲା ପିପିଲି ଉପନିର୍ବାଚନ

ଭୁବନେଶ୍ୱର,୩ ।୫(ଓଡିଶା ଭାସ୍କର): କରୋନା କାଳରେ ପୁଣି ଥରେ ସ୍ଥଗିତ ହୋଇଛି ପିପିଲି ଉପନିର୍ବାଚନ । ଏନେଇ ଭାରତୀୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ କୋଭିଡ ଲକଡାଉନ କାରଣରୁ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଏହାର ନିଷ୍ପତ୍ତି ନିଆଯାଇଛି । ତେବେ ମେ’ ୧୬ ତାରିଖରେ ପିପିଲି ଉପନିର୍ବାଚନ ହେବାର ଥିଲା । ସ୍ଥିତି ସୁଧୁରିବା ପରେ ନିର୍ବାଚନ ପାଇଁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.