fbpx

ଘରର ଏହି ସ୍ଥାନରେ ଲଗାଇ ଦିଅନ୍ତୁ ଆଇନା: ମିଳିବ ପ୍ରଚୁର ଧନ, ଘରକୁ ଆସିବେ ମହାଲକ୍ଷ୍ମୀ

ବାସ୍ତୁଶାସ୍ତ୍ରରେ ଘରର କୌଣସି ବି ଜିନିଷ ରଖିବା ଲାଗି ବିଶେଷ ସ୍ଥାନର ଚୟନ କରିବା ଅତ୍ୟନ୍ତ ଜରୁରୀ । କାରଣ ବହୁ ସମୟରେ ବାସ୍ତୁ ଦୋଷ କାରଣରୁ ଆମକୁ ବହୁ କ୍ଷତିର ସାମ୍ନା କରିବାକୁ ପଡିଥାଏ । ଏହି କ୍ରମରେ ଆଜି ଆସନ୍ତୁ ଜାଣିବା ଘରେ ଦର୍ପଣ କେଉଁ ଦିଗରେ ଲଗାଇବେ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଯଦି ଘରର ବାସ୍ତୁ ଠିକ୍ ରହିଛି ତ ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଅନ୍ୟପକ୍ଷରେ ଘରେ ବାସ୍ତୁଦୋଷ ଥିଲେ ନକରାତ୍ମକ ଉର୍ଜା ଘର ମଧ୍ୟକୁ ପ୍ରବେଶ କରିଥାଏ । ଘରେ ବାସ୍ତୁ ଦୋଷ ଲାଗିବା ଦ୍ୱାରା ସଦସ୍ୟଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ରହିଥାଏ । ଏହା ସହିତ ଘର ଲୋକଙ୍କ ସ୍ୱାସ୍ଥ୍ୟ ବି ପ୍ରଭାବିତ ହୋଇଥାଏ । ଏହି କ୍ରମରେ ଆଜି ଆସନ୍ତୁ ଜାଣିବା ଘରେ ଦର୍ପଣ କେଉଁ ଦିଗରେ ଲଗାଇବା ଉଚିତ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ, ପଶ୍ଚିମ, ଆଗ୍ନେୟ, ବାୟବ ଓ ନୈରୁତ୍ୟ କୋଣର କାନ୍ଥରେ କେବେ ବି ଦର୍ପଣ ଲଗାନ୍ତୁ ନାହିଁ । କାରଣ ଏହା ଦ୍ୱାରା ଅଶୁଭ ହୋଇଥାଏ । ଯଦି ଏହା ଘର ଡିଜାଇନ୍ ସମୟରେ ଟାଇଲ ମଧ୍ୟରେ ଖୋଦେଇ କରି ଲଗାଯାଇଛି ଓ ଏହାକୁ ହଟାଇବା ସମ୍ଭବ ନୁହେଁ ତେବେ ଏହାକୁ ସର୍ବଦା କପଡାରେ ଢାଙ୍କି ରଖନ୍ତୁ ଯେପରିକି ଏହାର ଆଭା ଘରେ କୌଣସି ପ୍ରକାର ବାସ୍ତୁଦୋଷର କାରଣ ପାଲଟି ନ ଯାଏ । ଏହିସବୁ ଦିଗରେ ଦର୍ପଣ ଲାଗିବା ଦ୍ୱାରା ମନ ମଧ୍ୟରେ ସର୍ବଦା ଭୟ ଲାଗି ରହିଥାଏ ।

ବାସ୍ତୁ ଅନୁସାରେ ଘରେ ସର୍ବଦା ପୂର୍ବ ଓ ଉତ୍ତର ଦିଗରେ ଦର୍ପଣ ଲଗାନ୍ତୁ । ଉତ୍ତର ଦିଗ କୁବେରଙ୍କ ଦିଗ ହୋଇଥାଏ । ଏହି ଦିଗରେ ଦର୍ପଣ ଲଗାଇବା ଦ୍ୱାରା ଘରେ ସୁଖଶାନ୍ତି ବଜାୟ ରହିବା ସହିତ ଧନର ଆଗମନ ହୋଇଥାଏ ।

Get real time updates directly on you device, subscribe now.