fbpx
BJD SKY
BJD SKY

ସୁପ୍ରିମକୋର୍ଟ ରଚିଲା ଇତିହାସ: ଗୋଟିଏ ଦିନରେ ୧୧ ଜଣ ମହିଳା ଓକିଲଙ୍କୁ ମିଳିଲା ବରିଷ୍ଠ ଆଇନଜୀବୀର ମାନ୍ୟତା

BJD

ନୂଆଦିଲ୍ଲୀ: ଭାରତର ସର୍ବୋଚ୍ଚ ଅଦାଲତ ଇତିହାସ ରଚିଛି । ଗୋଟିଏ ଦିନରେ ୧୨ ଜଣ ମହିଳା ଓକିଲଙ୍କୁ ବରିଷ୍ଠ ଆଇନଜୀବୀ ଭାବେ ମାନ୍ୟତା ମିଳିଛି । ଭାରତର ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ କମିଟି ୧୧ ଜଣ ମହିଳା ଓକିଲଙ୍କୁ ଏକସଙ୍ଗେ ସିରିୟର ଆଡଭୋକେଟର ମାନ୍ୟତା ପ୍ରଦାନ କରିଛି । ଏହି ମାନ୍ୟତା ପ୍ରଦାନ କରି ଦେଶର ସର୍ବୋଚ୍ଚ ଅଦାଲତ ଏକ ନୂଆ ରେକର୍ଡ କରିଛି ।

ସୁପ୍ରିମକୋର୍ଟର ୫୬ ଜଣ ଓକିଲଙ୍କୁ ସିନିୟର ଆଇନଜୀବୀ ଭାବେ ନିଯୁକ୍ତି ମିଳିଥିବା ବେଳେ ସେମାନଙ୍କ ମଧ୍ୟରେ ୩୪ ଜଣ ପ୍ରଥମ ପୀଢ଼ିର ଓକିଲ ଓ ୧୧ ଜଣ ମହିଳା ଓକିଲ ରହିଛନ୍ତି । ଶୋଭା ଗୁପ୍ତା, ସ୍ୱରୂପମା ଚତୁର୍ବେଦୀ, ଲିଜ ମେଥ୍ୟୁ, କରୁଣା ନନ୍ଦୀ, ଉତ୍ତରା ବବର, ହରିପ୍ରିୟା ପଦ୍ମନାଭନ, ଅର୍ଚ୍ଚନା ପାଠକ ଦବେ, ଶିରୀନ ଖଜୁରିଆ, ଏନଏସ ନପ୍ପିନଈ, ଏସ ଜନନୀ ଓ ନିଶା ବାଗଚୀ ବରିଷ୍ଠ ଆଇନଜୀବୀ ଭାବେ ନିଯୁକ୍ତି ପାଇଛନ୍ତି ।

ପ୍ରଥମ ପୀଢ଼ିର ୩ ଜଣ ଓକିଲ ସିନିୟର ଆଡଭୋକେଟ ଭାବେ ନିଯୁକ୍ତି ପାଇଛନ୍ତି । ସେମାନେ ହେଉଛନ୍ତି ଅମିତ ଆନନ୍ଦ ତିୱାରୀ, ସୌରଭ ମିଶ୍ରା ଓ ଅଭିନବ ମୁଖର୍ଜୀ । ସୁପ୍ରିମକୋର୍ଟର ଫୁଲ-କୋର୍ଟ ମିଟିଂରେ ଶୁକ୍ରବାର ଦିନ ଏହି ନିଷ୍ପତ୍ତି ନିଆଯାଇଛି । ବହୁସଂଖ୍ୟକ ମହିଳା ଓକିଲଙ୍କୁ ବରିଷ୍ଠ ଓକିଲ ଭାବେ ମାନ୍ୟତା ପ୍ରଦାନ କରିବା ନିଷ୍ପତ୍ତିକୁ ଅତିରିକ୍ତ ସଲିସିଟର ଜେନେରାଲ ଓ ବରିଷ୍ଠ ଓକିଲ ଐଶ୍ୱର୍ଯ୍ୟା ଭାଟି ସ୍ୱାଗତ କରିଛନ୍ତି । ଏହା ଏକ ଐତିହାସିକ ପଦକ୍ଷେପ ଓ ଏହା ମହିଳା ଓକିଲଙ୍କ ପ୍ରତି ସମ୍ମାନକୁ ଦର୍ଶାଉଛି । ବର୍ତ୍ତମାନ ସୁଦ୍ଧା କେବଳ ୧୪ ଜଣ ମହିଳାଙ୍କୁ ବରିଷ୍ଠ ଓକିଲ ଭାବେ ମାନ୍ୟତା ମିଳିଥିବା ବେଳେ ସେମାନଙ୍କ ମଧ୍ୟରେ ୨ ଜଣ ରିଟାୟାର୍ଡ ଜଜ୍ ରହିଛନ୍ତି । ୨୦୧୯ରେ ସର୍ବାଧିକ ୬ ଜଣ ମହିଳା ଓକିଲଙ୍କୁ ଏକ ସଙ୍ଗେ ସିନିୟର ଆଡଭୋକେଟ ଭାବେ ମାନ୍ୟତା ମିଳିଥିଲା । ଇନ୍ଦୁ ମାଲକୋତ୍ରାଙ୍କୁ ସର୍ବପ୍ରଥମେ ବରିଷ୍ଠ ଆଇନଜୀବୀର ମାନ୍ୟତା ମିଳିଥିଲା, ଯାହାକି ଦେଶରେ ଏକ ଐତିହାସିକ ଘଟଣା ଥିଲା ।

Get real time updates directly on you device, subscribe now.