fbpx

(Video) ରାମ ରାଜ୍ୟରେ ‘ରାମ-ଲକ୍ଷ୍ମଣ’ଙ୍କ ଭ୍ରାତୃପ୍ରେମ: ଅନୁଜଙ୍କୁ କାନ ଧରି ଶିକ୍ଷା ଦେଲେ ଅରୁଣ ଗୋଭିଲ

ନୂଆଦିଲ୍ଲୀ: ଭାଇ-ଭାଇ ସମ୍ପର୍କ ବିଷୟରେ କଥା ହେଲେ ପ୍ରଥମେ ଯେଉଁ ଛବି ମନକୁ ଆସେ ସେ ହେଉଛନ୍ତି ପ୍ରଭୁ ଶ୍ରୀରାମ ଏବଂ ଭ୍ରାତା ଲକ୍ଷ୍ମଣ । ରାମାୟଣରେ ଭ୍ରାତୃପ୍ରେମର ପ୍ରକୃତ ଦଗଦର୍ଶକ ପାଲଟିଥିଲେ ପ୍ରଭୁ ଶ୍ରୀରାମ ଏବଂ ଅନୁଜ ଲକ୍ଷ୍ମଣ । ଅଗ୍ରଜ ଭ୍ରାତା ଶ୍ରୀରାମଚନ୍ଦ୍ରଙ୍କ ପ୍ରତି ଲକ୍ଷ୍ମଣଙ୍କ ଭକ୍ତି ଏବଂ ସମ୍ମାନ ସାରା ଭାରତବର୍ଷ ପାଇଁ ଏକ ବାର୍ତ୍ତା । ଏହି ଭ୍ରାତୃପ୍ରେମକୁ ସୂଚାରୁରୂପେ ତୁଲାଇଥିଲେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଧାରାବାହିକର ‘ରାମ-ଲକ୍ଷ୍ମଣ’ ଅରୁଣ ଗୋଭିଲ ଏବଂ ସୁନୀଲ ଲହରୀ । ଉଭୟଙ୍କ ନିଖୁଣ ଅଭିନୟ ସମସ୍ତଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲା । ତେବେ ଦୀର୍ଘ ୩୫ ର୍ବେ ପରେ ପୁଣିଥରେ ଉଭୟଙ୍କ ଯୋଡ଼ି ଏବେ ଅଯୋଧ୍ୟାରେ ଦେଖିବାକୁ ମିଳିଛି ।

ହଠାତ ଅନୁଜ ଲକ୍ଷ୍ମଣ(ସୁନୀଲ)ଙ୍କ କାନ ଧରି ନେଇଛନ୍ତି ରାମାୟଣର ଶ୍ରୀରାମ ଅରୁଣ ଗୋଭିଲ । ଅଗ୍ରଜଙ୍କ କ୍ରୋଧ ଭୟରେ ଲକ୍ଷ୍ମଣ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରୁଥିବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ କୁବ ଭାିରାଲ ହେବାରେ ଲାଗିଛି । ହାତ ଯୋଡ଼ି ଜ୍ୟେଷ୍ଠ ଭ୍ରାତା ଅରୁଣଙ୍କୁ ସୁନୀଲ ‘ଭୁଲ ହୋଇ ଯାଇଛି ମୋତେ କ୍ଷମା କରିଦିଅନ୍ତୁ’ କହୁଥିବାର ଏହି ଭିଡିଓରେ ଦେଖାଯାଇଛି । ଏହାପରେ ପ୍ରଭୁ ଶ୍ରୀରାମଙ୍କ ଠାଣିରେ ଅରୁଣ କନିଷ୍ଠ ଲକ୍ଷ୍ମଣ(ସୁନୀଲ)ଙ୍କୁ ହସି ହସି କ୍ଷମା କରିଦେଇଛନ୍ତି । ଦୀର୍ଘ ଦିନ ପରେ ଉଭୟଙ୍କୁ ଏକାଠି ପାଇ ଦର୍ଶକ ଖୁବ ଖୁସି ଅନୁଭବ କରିଛନ୍ତି ଏବଂ ରାମ-ଲକ୍ଷ୍ମଣଙ୍କ ଏହି ଦୃଶ୍ୟକୁ ଖୁବ ଭଲ ପାଇବା ଦେଇଛନ୍ତି ସୋସିଆଲ ମିଡିଆ ୟୁଜର ।

ଅଯୋଧ୍ୟା ନଗରୀରେ ଦେଖିବାକୁ ମିଳିଛି ରାମାୟଣର ଝଲକ । ରାମାୟଣରେ ଯେମିତି ରାମ ଏବଂ ଲକ୍ଷ୍ମଣଙ୍କ ମଧ୍ୟରେ ପ୍ରେମ ଦେଖିବାକୁ ମିଳିଥିଲା ଠିକ ସେମିତି ପ୍ରେମ ଏବେ ଅଯୋଧ୍ୟା ନଗରୀରେ ଦେଖିବାକୁ ମିଳିଛି । ଯାହାକୁ ଦେଖି ଅଯୋଧ୍ୟା ବାସୀଙ୍କର ମନ ପୁରା ମୁଗ୍ଧ ହୋଇଯାଇଛି । ଅଯୋଧ୍ୟାରେ ଏବେ ରହିଛନ୍ତି ରାମାୟଣ ଧାରାବାହିକର ପ୍ରଭୁ ରାମ ଏବଂ ଲକ୍ଷ୍ମଣ । ଅଯୋଧ୍ୟାରେ ରହି ପ୍ରତିଟି ଖବରକୁ ସେ ସୋସିଆଲ ମିଡିଆରେ ସେୟାର କରିବା ସହ ରାମଭକ୍ତଙ୍କୁ ସୂଚନା ଦେଉଛନ୍ତି ଅରୁଣ ଗୋଭିଲ ଏବଂ ସୁନୀଲ ଲହରୀ । ରାମାନନ୍ଦ ସାଗରଙ୍କ ‘ରାମାୟଣ’ର ରାମ ଲକ୍ଷ୍ମଣ(ଅରୁଣ ଗୋଭିଲ ଏବଂ ସୁନିଲ ଲହରୀ) ରଥ ଉପରେ ବସି ବୁଲୁଥିବାର ମଧ୍ୟ ଦେଖାଯାଇଛି  ।

 

Get real time updates directly on you device, subscribe now.