fbpx

ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ବିଜେପି ପ୍ରଶ୍ନ କଲା, ମାହାଲ ମାଣ୍ଡା କିଏ?

ଓଡିଶା ଭାସ୍କର: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ୟ୍ୟକ୍ରମ ପ୍ରାଧିକରଣର ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡକୁ ନେଇ ଏବେ ଅନେକ ଚର୍ଚ୍ଚା ହେଉଛି। କାରଣ ଏହି ପରୀକ୍ଷାରେ ଭାଗ ନେଇଥିବା ଜଣେ ପରୀକ୍ଷାର୍ଥୀଙ୍କର ନାମ ହେଉଛି “ମାହାଲ ମାଣ୍ଡା”। ଏହା ସହ ତାଙ୍କ ବାପାଙ୍କ ନାମ ସ୍ଥାନରେ ରହିଛି ‘ମାହାଲ ମାଣ୍ଡା ପ୍ରୋ’। ଆଉ ତାଙ୍କ ଫଟୋଗ୍ରାଫ ସ୍ଥାନରେ ଏକ ଚଢେଇର ଫଟୋ ରହିଛି। ତେବେ ଏଭଳି ଏକ ବିଚିତ୍ର ଆଡମିଟ କାର୍ଡକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିବା ବେଳେ, ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଏଥିରୁ ସ୍ପଷ୍ଟ ଜଣାପଡୁଛି।

ଏହାକୁ ନେଇ ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏବେ ପ୍ରକାଶିତ ହୋଇଥିବା କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଜାଲିଆତି ହୋଇଥିବାର ଖବର ଆସୁଛି । ପ୍ରକାଶିତ ହୋଇଥିବା ମେରିଟ୍ ଲିଷ୍ଟରେ ଅନେକ ଏଭଳି ରୋଲ ନମ୍ବର ପ୍ରକାଶ ହୋଇଛି ଯେଉଁମାନେ କେବେ ପରୀକ୍ଷା ଦେଇନାହାନ୍ତିି । ଏଥିରୁ ସ୍ପଷ୍ଟ ହେଉଛି ଯେ, ନିଯୁକ୍ତି ପକ୍ରିୟାରେ ବ୍ୟାପକ ତ୍ରୁଟି ରହିଛି ଓ ସରକାରୀ ଚାକିରୀ ବିକ୍ରି କରାଯାଇଛି । ସେହି ନିଯୁକ୍ତିରେ କଟଅଫ ମାର୍କ କେତେ ରଖାଯାଇ ଓ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯାଇଛି ତାହାର ସ୍ପଷ୍ଟତା ଓସେପା ପାଖରେ ନାହିଁ, ଯାହାକି ସବୁଠୁ ବଡ଼ ଆଶ୍ଚର୍ଯ୍ୟଜନକ। ତେବେ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ପରୀକ୍ଷାର୍ଥୀ “ମାହାଲ ମାଣ୍ଡା” କିଏ ବୋଲି ମଧ୍ୟ ବିଜେପି ପ୍ରଶ୍ନ କରିଛି। ଏହା ସହ ଏହି ଦୁର୍ନୀତିର ଚେର ସିଏମଓକୁ ଲମ୍ବିଛି ବୋଲି ବିଜେପି ଅଭିଯୋଗ କରିଛି।

Get real time updates directly on you device, subscribe now.