fbpx

ନୂଆ ବର୍ଷରେ ଗାର୍ଲଫ୍ରେଣ୍ଡ ସହ ବୁଲିବାକୁ ପ୍ଲାନ କରିଛନ୍ତି କି? ତାହେଲେ ଏହି ମନ୍ଦିର ବିଷୟରେ ଜାଣି ରଖନ୍ତୁ

ଓଡିଶା ଭାସ୍କର: ଆଉ ୫ଟା ଦିନ ପରେ ନୂଆ ବର୍ଷ। ଯାହାକୁ ନେଇ ସମସ୍ତେ ବେଶ ଉତ୍ସାହିତ ଅଛନ୍ତି। ବିଶେଷକରି ପ୍ରେମୀଯୁଗଳ ମାନେ ଏହି ଦିନରେ ବୁଲାବୁଲି କରିବାକୁ ଅନେକ ସାରା ପ୍ଲାନ କରିଛନ୍ତି। କିଛି ଜଣ ବିଭିନ୍ନ ପର୍ୟ୍ୟଟନସ୍ଥଳୀ ବୁଲିବାକୁ ଯିବା ପାଇଁ ପ୍ଲାନ ରଖିଥିବା ବେଳେ କିଛି ଜଣ ମନ୍ଦିର ଯିବାକୁ ପ୍ଲାନ ରଖିଛନ୍ତି। ତେବେ ଯଦି ଆପଣ ବି କୌଣସି ମନ୍ଦିର ଯିବାକୁ ପ୍ଲାନ ରଖିଛନ୍ତି ତାହେଲେ ଏହି ମନ୍ଦିର ବିଷୟରେ ନିଶ୍ଚୟ ଜାଣିରଖନ୍ତୁ। ପ୍ରେମରେ ପଡ଼ିଥିବା ଝିଅ-ପୁଅ ସେମାନଙ୍କ ସମ୍ପର୍କ ଦୀର୍ଘସ୍ଥାୟୀ ହେବା ପାଇଁ ମନ୍ଦିର ଯାଇଥାନ୍ତି ପୂଜାର୍ଚ୍ଚନା କରିବାକୁ। ମାତ୍ର ଉତ୍ତରପ୍ରଦେଶରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ପ୍ରେମୀଯୁଗଳଙ୍କୁ ମନା ଥାଏ। ତେବେ ଉତ୍ତରପ୍ରଦେଶର ସାହାରନପୁରରେ ରହିଛି ଏହି ହନୁମାନ ମନ୍ଦିର। ଯେଉଁଠାକୁ ପ୍ରେମୀଯୁଗଳଙ୍କୁ ଯିବା ପାଇଁ ବାରଣ କରାଯାଇଛି।

ସୂଚନା ଅନୁଯାୟୀ, ୧୩ ବର୍ଷ ତଳେ ନିର୍ମିତ ଏହି ହନୁମାନ ମନ୍ଦିରକୁ ପରିବାର ଲୋକେ ପିଲାଙ୍କ ମନରେ ଥିବା ପ୍ରେମନିଶା ଦୂର କରିବା ପାଇଁ ଆସିଥାଆନ୍ତି। କାରଣ ବେଳେବେଳେ ପ୍ରେମରେ ପଡ଼ି ପିଲାମାନେ ଅନେକେ ଭୁଲ କରିଦେଇଥାନ୍ତି। ଯାହା ମାତାପିତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥାଏ। ତେଣୁ ପିଲାମାନଙ୍କୁ ଭଲ ବାଟକୁ ଫେରାଇ ଆଣିବା ପାଇଁ ଅଭିଭାବକମାନେ ଏହି ମନ୍ଦିରକୁ ଯାଇଥାନ୍ତି। ପ୍ରତି ଶନିବାର ଏବଂ ମଙ୍ଗଳବାରରେ ଏକ ବିଶେଷ ପୂଜାର ଆୟୋଜନ କରାଯାଇଥାଏ। ପୂଜା ପରେ ମନ୍ଦିରର ପୂଜାରୀ ପ୍ରେମ କରୁଥିବା ଝିଅ-ପୁଅଙ୍କ ପରିବାର ଲୋକଙ୍କୁ କେତେକ ପ୍ରତିକାର କରିବାକୁ କହିଥାନ୍ତି। ଏହି ଉପାୟଗୁଡ଼ିକୁ ପରିବାର ଲୋକେ ପାଳନ କଲେ ପ୍ରେମରେ ପଡ଼ିଥିବା ଝିଅ-ପୁଅ ସୁଧୁରି ଯାଇଥାନ୍ତି ବୋଲି କୁହାଯାଏ। ତେବେ ଏହି ମନ୍ଦିରକୁ ପ୍ରେମରୋଗୀଙ୍କ ଚିକିତ୍ସା କେନ୍ଦ୍ର ବୋଲି ମଧ୍ୟ କୁହାଯାଏ । କାରଣ ପଥଭ୍ରଷ୍ଟ ହୋଇଥିବା ଅନେକ ଯୁବକ-ଯୁବତୀ ଏହି ମନ୍ଦିର ଯାଇ ସୁଧୁରି ଯାଇଥିବା ଦେଖିବାକୁ ମିଳେ।

Get real time updates directly on you device, subscribe now.