fbpx
BJD SKY
BJD SKY

(video)ଏହିପରି ଯାଦୁଗର ଆପଣଙ୍କୁ ବନାଇଥାଏ ବୋକା, ଭିଡିଓ ଦେଖିବା ପରେ ବୁଝିଯିବେ ପୁରା ଖେଳ

BJD

ଯେତେବେଳେ ଯାଦୁଗର କୌଣସି ବି ଯାଦୁ ଦେଖାଇଥାଏ ବ୍ୟକ୍ତିର ମନ ମଧ୍ୟରେ ଏକ ପ୍ରଶ୍ନ ଆସିଥାଏ କି ସେ ଏହା କିପରି କରୁଛି ? ଆହୁରି ମଧ୍ୟ ମନ ମଧ୍ୟରେ ଏକ ଇଚ୍ଛା ଜାଗ୍ରତ ହୋଇଥାଏ କି ମୋତେ ଏପରି ଯାଦୁ ଦେଖାଇ ଆସନ୍ତା କି? ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ । କାରଣ ଆପଣ ବି ଯାଦୁ ଦେଖାଇ ପାରିବେ । ତାହା କିପରି ସମ୍ଭବ ପଢନ୍ତୁ ନିମ୍ନରେ ।

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଜଣେ ଯୁବକ ଯାଦୁ କରୁଥିବାର ନଜର ଆସୁଛନ୍ତି । କିନ୍ତୁ ଯେମିତି ଯୁବକ ଯାଦୁ ଦେଖାଉଛନ୍ତି ତାଙ୍କ ପଛରେ ବସିଥିବା ତାଙ୍କ ଭାଇ ତୁରନ୍ତ ତାଙ୍କ ପୋଲ୍ ଖୋଲି ଦେଉଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି କି ଯୁବକଙ୍କ ଗୋଟିଏ ହାତରେ ଫୋନ୍ ରହିଛି ଓ ଅନ୍ୟ ହାତରେ ଲାଲ ରଙ୍ଗର କପଡା ଯାହାକୁ ସେ ଫୋନ୍ ରେ ଏପଟ ସେପଟ କରି ଦେଖାଉଛନ୍ତି । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ଭାଇ ପୋଲ୍ ଖୋଲି ଦେଉଛନ୍ତି ଓ ଦେଖାଇ ଦେଉଛନ୍ତି କି ଏହି କମାଲ ଯେ କେହି କରିପାରିବ । ଯୁବକ ପୁରା ଭିଡିଓରେ ଅଲଗା ଅଲଗା ପ୍ରକାରର ଯାଦୁ ଦେଖାଉଛନ୍ତି ଓ ତାଙ୍କ ଭାଇ ସବୁ ଯାଦୁର ପୋଲ୍ ଖୋଲି ଦେଉଛନ୍ତି । ଭିଡିଓ ଦେଖିବା ପରେ ଆପଣ ବି ଜାଣିପାରିବେ ଯାଦୁଗର ଆପଣଙ୍କୁ କିପରି ବୋକା ବନାଉଛନ୍ତି ।
ଏହି ଭିଡିଓକୁ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସରେ @PicturesFoIder ନାମକ ପେଜ୍‌ରେ ସେୟାର କରାଯାଇଛି । ଖବର ଲେଖାହେବା ପର୍ଯ୍ୟନ୍ତ ଏହାକୁ ୧୨.୩ମିଲିୟନ ଲୋକ ଦେଖିସାରିଲେଣି ।

Get real time updates directly on you device, subscribe now.