fbpx

ଗୋଟିଏ ଅଲିମ୍ପିକ ପଦକ ଜିତିଲେ ମିଳିଥାଏ ୬ କୋଟି Prize Money, ଶୀର୍ଷରେ ରହିଛି ଏହି ଦେଶ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪କୁ ନେଇ ଭାରତୀୟ କ୍ରୀଡ଼ାପ୍ରେମୀ ଉତ୍ସାହିତ ଅଛନ୍ତି । ଚଳିତ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଭାବେ ମନୁ ଭାକର ଭାରତକୁ ୨ ପଦକ ଜିତାଇ ଇତିହାସ ରଚିଛନ୍ତି । ମନୁ ଭାକର ଏୟାର ପିଷ୍ଟଲ ଶୁଟିଂରେ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ କାଂସ୍ୟ ପଦକ ଜିତିଛନ୍ତି ।

ଅଲିମ୍ପିକ ପଦକ ଜିତିବା ପ୍ରତ୍ୟେକ ଆଥଲେଟର ସ୍ୱପ୍ନ ଥାଏ । ଅଲିମ୍ପିକ କ୍ରୀଡ଼ାରେ ପଦକ ଜିତିଲେ ବିଭିନ୍ନ ଦେଶ ନିଜ ଖେଳାଳିଙ୍କୁ ଭିନ୍ନ ଭିନ୍ନ ପ୍ରାଇଜ୍ ମନି ପ୍ରଦାନ କରିଥାନ୍ତି । କାରଣ ସେମାନେ ଦେଶ ପାଇଁ ଗର୍ବ ଓ ଗୌରବ ହାସଲ କରିଥାନ୍ତି । ଏହା ଦେଶ ତରଫରୁ ସେମାନଙ୍କ ପାଇଁ ଏକ ସମ୍ମାନ ସଦୃଶ । ତେବେ ଆସନ୍ତୁ ଜାଣିବା କେଉଁ ଦେଶ ନିଜ ଅଲିମ୍ପିକ ଖେଳାଳିଙ୍କ ପାଇଁ କେତେ ଟଙ୍କାର ପ୍ରାଇଜ୍ ମନି ପ୍ରଦାନ କରିଥାନ୍ତି ।

୧. ଭାରତ: ଭାରତୀୟ ଖେଳାଳି ଅଲିମ୍ପିକ୍ସରେ ପଦକ ଜିତିଲେ ସେମାନଙ୍କ ପ୍ରାଇଜ୍ ମନି କିଛି ନିଶ୍ଚିତ ନଥାଏ । ପ୍ରତିଥର ସରକାର ନୂତନ ପ୍ରାଇଜ୍ ମନି ଘୋଷଣା କରିଥାନ୍ତି । ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ପଦକ ବିଜେତାଙ୍କୁ ପ୍ରାଇଜ୍ ମନି ପ୍ରଦାନ କରାଯାଇଥାଏ ।

୨. ଜର୍ମାନୀ: ଜର୍ମାନୀରେ ଜଣେ ଅଲିମ୍ପିକ ଖେଳାଳି ସ୍ୱର୍ଣର୍ ପଦକ ଜିତିଲେ ୧୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ । ସେହିପରି ରୌପ୍ୟ ପଦକ ଜିତିଲେ ୧୩ ଲକ୍ଷ ଏବଂ କାଂସ୍ୟ ପଦକ ଜିତିଲେ ୯ ଲକ୍ଷ ଟଙ୍କା ପ୍ରାଇଜ୍ ମନି ପ୍ରଦାନ କରାଯାଇଥାଏ ।

୩. ଆମେରିକା: ଆମେରିକାରେ ଅଲିମ୍ପିକ ଖେଳାଳି ସ୍ୱର୍ଣ୍ଣ ପଦକ ଜିତିଲେ ୩୧ ଲକ୍ଷ ଟଙ୍କା, ରୌପ୍ୟ ପଦକ ଜିତିଲେ ୧୮ ଲକ୍ଷ ଏବଂ କାଂସ୍ୟ ପଦକ ଜିତିଲେ ୧୨ ଲକ୍ଷ ଟଙ୍କା ପ୍ରାଇଜ୍ ମନି ପ୍ରଦାନ କରାଯାଇଥାଏ ।

୪. ଫ୍ରାନ୍ସ: ଫ୍ରାନ୍ସରେ ଅଲିମ୍ପିକ ଖେଳାଳି ସ୍ୱର୍ଣ୍ଣ ପଦକ ଜିତିଲେ ୫୯ ଲକ୍ଷ ଟଙ୍କା, ରୌପ୍ୟ ପଦକ ଜିତିଲେ ୨୨ ଲକ୍ଷ ଟଙ୍କା ଏବଂ କାଂସ୍ୟ ପଦକ ଜିତିଲେ ୧୩ ଲକ୍ଷ ଟଙ୍କା ପ୍ରାଇଜ୍ ମନି ପ୍ରଦାନ କରାଯାଇଥାଏ ।

୫. ସ୍ପେନ୍‌: ସ୍ପେନରେ ଅଲିମ୍ପିକ ଖେଳାଳି ସ୍ୱର୍ଣ୍ଣ ପଦକ ଜିତିଲେ ୮୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ । ସେହିପରି ରୌପ୍ୟ ପଦକ ଜିତିଲେ ୪୪ ଲକ୍ଷ ଟଙ୍କା ଏବଂ କାଂସ୍ୟ ପଦକ ଜିତିଲେ ୨୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।

୬. ଇଟାଲୀ: ଇଟାଲୀରେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜେତାଙ୍କୁ ୧ କୋଟି ଟଙ୍କା, ରୌପ୍ୟ ବିଜେତାଙ୍କୁ ୬୫ ଲକ୍ଷ ଟଙ୍କା ଏବଂ କାଂସ୍ୟ ବିଜେତାଙ୍କୁ ୫୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।

୭. ମୋରୋକ୍କୋ: ଏହି ଦେଶରେ ଅଲିମ୍ପିକ ଖେଳାଳି ଜଣଙ୍କ ସ୍ୱର୍ଣ୍ଣ ପଦକ ଜିତିଲେ ୧ କୋଟି ୮୪ ଲକ୍ଷ ଟଙ୍କା, ରୌପ୍ୟ ପଦକ ଜିତିଲେ ୧ କୋଟି ୧୪ ଲକ୍ଷ ଟଙ୍କା ଏବଂ କାଂସ୍ୟ ପଦକ ଜିତିଲେ ୬୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।

୮. ତାଇୱାନ୍‌: ତାଇୱାନ ଖେଳାଳି ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ୬ କୋଟି ଟଙ୍କା, ରୌପ୍ୟ ପଦକ ଜିତିଲେ ୨ କୋଟି ଟଙ୍କା ଏବଂ କାଂସ୍ୟ ପଦକ ବଜେତାଙ୍କୁ ୧ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।

୯. ସିଙ୍ଗାପୁର: ସିଙ୍ଗାପୁରରେ ଅଲିମ୍ପିକ ଖେଳାଳି ଜଣଙ୍କ ସ୍ୱର୍ଣ୍ଣ ପଦକ ଜିତିଲେ ୬ କୋଟି ୨୦ ଲକ୍ଷ ଟଙ୍କା, ରୌପ୍ୟ ପଦକ ଜିତିଲେ ୩ କୋଟି ଏବଂ କାଂସ୍ୟ ପଦକ ଜିତିଲେ ୧ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।

Get real time updates directly on you device, subscribe now.