fbpx

ହାଇସ୍କୁଲରେ ଖୋଲିବ +୨, ଆସନ୍ତା ଶିକ୍ଷାବର୍ଷରୁ ପାଠପଢ଼ା: ଶିକ୍ଷାମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲରେ ଏକାଦଶ ପାଠପଢ଼ା ଆରମ୍ଭ ହେବ । ୨୦୨୩-୨୪ ଶିକ୍ଷାବର୍ଷରୁ ୪୦ଟି ସ୍କୁଲରେ ଏକାଦଶ ଖୋଲିବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଏହା ସହ ମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି ।

ମନ୍ତ୍ରୀଙ୍କ କହିବା ମୁତାବକ, ‘ଏବେ ଶିକ୍ଷକ ନିଯୁକ୍ତି ପ୍ରକିୟା ଚାଲିଛି । ସ୍ୱତନ୍ତ୍ର ଶିକ୍ଷକ ଏକାଦଶ ପାଇଁ ନିଯୁକ୍ତ ହେବେ ।’ଏହା ସହ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାରେ ସମୀର ଦୁଃଖ ପ୍ରକାଶ କରିଛନ୍ତି । ମୋ ଜିଲ୍ଲାର ଜିଲ୍ଲା ପରିଷଦଙ୍କ ଦେହାନ୍ତ ପାଇଁ ମୁଁ ମର୍ମାହତ ପୋଲି ସେ କହିଛନ୍ତି ।

ତେବେ ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ୧୦୦ଟି ହାଇସ୍କୁଲକୁ ଅପଗ୍ରେଡ୍ କରାଯିବ । ଡ୍ରପ୍‌ଆଉଟ୍ ରୋକିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଭଳି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ଯେଉଁସବୁ ବ୍ଲକରେ ଯୁକ୍ତ୨ କଲେଜ ନାହିଁ ସେଠାରେ ହାଇସ୍କୁଲକୁ ଅପଗ୍ରେଡ୍ କରାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ +୨ କଲେଜ ନ ଥିବାରୁ ମାଟ୍ରିକ ପାସ୍ ପରେ ପିଲାଏ ପାଠ ଛାଡୁଛନ୍ତି । ଏଭଳି ପଦକ୍ଷେପ ପରେ ବିଶେଷକରି ଝିଅମାନେ ଅଧିକ ଉପକୃତ ହେବେ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳରେ ବହୁ ଦୂରରେ କଲେଜ ରହିଛି । ତେଣୁ ମାଟ୍ରିକ୍ ପାସ୍ ପରେ ଏତେ ଦୂର ଯାଇ ପିଲାମାନେ ପାଠ ପଢ଼ିବା କଷ୍ଟାସାଧ୍ୟ ହେଉଛି । ଯେଉଁଥିପାଇଁ ପିଲାମାନେ ପାଠ ପଢ଼ା ଛାଡ଼ି ଦେଉଛନ୍ତି । ଛାତ୍ରୀମାନେ ଅଧାରୁ ପାଠ ପଢ଼ା ଛାଡ଼ି ନିଜକୁ ଘର କାମରେ ନିୟୋଜିତ କରୁଛନ୍ତି । ଏଥିରେ ରୋକ୍ ଲଗାଇବା ପାଇଁ ହାଇସ୍କୁଲକୁ ଅପ୍‌ଗ୍ରେଡେସନ୍ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଏହାଦ୍ୱାରା ଡ୍ରପ୍‌ଆଉଟ୍ କମିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.