fbpx

ଆସିଲା ପୋଷ୍ଟମର୍ଟମ ରିପୋର୍ଟ: ଜାଣନ୍ତୁ କିପରି ହୋଇଥିଲା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଏହା ସହ ଧର୍ମେନ୍ଦ୍ରଙ୍କ ଶରୀରରେ କୌଣସି କ୍ଷତି ହୋଇନଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ତେବେ ଶନିବାର ଦିନ ଧର୍ମେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ଘର ବାଲେକୋନିରୁ ଉଦ୍ଧାର ହୋଇଥିଲା । ଧର୍ମେନ୍ଦ୍ର ତାଙ୍କ ମୃତ୍ୟୁର ୪ ଘଣ୍ଟା ପୂର୍ବରୁ କରିଥିବା ପୋଷ୍ଟକୁ ଏନେଇ ଏବେ ସନ୍ଦେହ ବଢ଼ୁଛି । ତାଙ୍କର ଦୁଇଟି ଫୋନରେ ଅନେକ ଭିଡିଓ ରହିଛି, ତାହାକୁ ସେ ଲୋକଲୋଚନକୁ ଆଣିବାକୁ ଚାହୁଁଥିବା ପୋଷ୍ଟରେ ଲେଖିଥିଲେ । କିଛିଦିନ ପୂର୍ବରୁ ଧର୍ମେନ୍ଦ୍ର ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ । ସେ ମୋବାଇଲରେ କ’ଣ ସବୁ ରହିଥିଲା, ମୃତ୍ୟୁପୂର୍ବରୁ ତାଙ୍କ ସହ କ’ଣ ସବୁ ଘଟିଥିଲା ଏପରି ସମସ୍ତ ସନ୍ଦେହ ଉପରୁ ଏବେ ମୋବାଇଲ ପରଦା ହଟାଇପାରେ ।

Get real time updates directly on you device, subscribe now.