fbpx
BSKY
BJD SHG SKY
BJD YOUTH SKY

ଏଣିକି ଗାଡିର ଫିଟନେସ ଯାଞ୍ଚ କରିବ ମେସିନ: ଗାଡି ମାଲିକଙ୍କ ମୁଣ୍ଡରେ ପଶୁନି ପ୍ଲାନ

ନୂଆଦିଲ୍ଲୀ: ଆଜି ପର୍ଯ୍ୟନ୍ତ କୌଣସି ଗାଡିର ଫିଟନେସ ଯାଞ୍ଚ କରିବା ପାଇଁ ମେକାନିକଙ୍କ ଆବଶ୍ୟକତା ପଡୁଥିଲା । କିନ୍ତୁ ଏବେ ବଦଳିଯାଇଛି ଫର୍ମାଟ । ଏଣିକି ଗାଡିର ଫିଟନେସ ଯାଞ୍ଚ କରିବା ଦାୟିତ୍ୱ ମେକାନିକଙ୍କୁ ମିଳିବ ନାହିଁ । ସ୍ୱତନ୍ତ୍ର ମେସିନ ଏବେ ଗାଡିର ଫିଟନେସ ଯାଞ୍ଚ କରିବ । ଏହି ଟେଷ୍ଟିଂ ପ୍ରକ୍ରିୟା ଏବେ ସ୍ୱୟଂଚାଳିତ ହୋଇପାରିବ । ଚାଳକମାନେ ଏବେ ଗାଡିର ଫିଟନେସ କିମ୍ବା ଅନ୍ୟାନ୍ୟ ତଥ୍ୟ ଜାଣିବା ପାଇଁ ଆରଟିଓ ଅଫିସ ଦୌଡିବେ ନାହିଁ । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ।

ସୂଚନା ମୁତାବକ, ରାଜ୍ୟ ସରକାର ଏବେ ଆଣିବାକୁ ଯାଉଛନ୍ତି ସ୍ୱତନ୍ତ୍ର ଅଟୋମେଟେଡ ଟେଷ୍ଟିଂ ସିଷ୍ଟମ ବା ଏଟିଏସ ପ୍ଲାନ । ଏଥିପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ପରିବହନ ବିଭାଗ ଚିଠି ଲେଖିଛି । କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ଅନୁଯାୟୀ ଏଥଇପାଇଁ ଏକ ଚିଠା ନିୟମ ପ୍ରସ୍ତୁତ କରାଯିବ । ଏହି ନୀତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଟିଏସ ସେଣ୍ଟର ଖୋଲାଯିବ । କଟକର ଅରିଲୋଠାରେ ଥିବା ଇଞ୍ଜେକ୍ସନ ଏବଂ ସାର୍ଟିଫିକେସନ ସେଣ୍ଟରକୁ ମଧ୍ୟ ଏଟିଏସ ସେଣ୍ଟରରେ ପରିଣତ କରିବା ପାଇଁ ଚିଠି ଲେଖିଛି ପରିବହନ ବିଭାଗ । ଏହାଦ୍ୱାରା ଫିଟନେସ ଯାଞ୍ଚ ସରଳ ହେବା ସହ ଅନଫିଟ ଗାଡି ଯୋଗୁଁ ହେଉଥିବା ଦୁର୍ଘଟଣା ମଧ୍ୟ ହ୍ରାସ ପାଇବ ବୋଲି କହିଛନ୍ତି ସଡକ ସୁରକ୍ଷା କର୍ମୀ ।

ତେବେ ଗାଡି ମାଲିକମାନେ ଏହାକୁ ନେଇ ସାମାନ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ବ୍ୟବସ୍ଥା ଯୋଗୁଁ ଯାନବାହନକୁ ନେଇ ଅନେକ ସମସ୍ୟା ସୃଷ୍ଟି ହେବ ବୋଲି ସେମାନେ ଆଶଙ୍କା କରିଛନ୍ତି । ତେବେ ରାଜ୍ୟର ମୋଟ ୫ଟି ସ୍ଥାନରେ ଏହି ଏଟିଏସ ଖୋଲିବା ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏଥଇପାଇଁ ୧୦ରୁ ଅଧିକ ନିବେଶକ ଆଗ ଦେଖାଇଛନ୍ତି ।

Get real time updates directly on you device, subscribe now.