fbpx

ପଥର କହୁଛି ଅତୀତର ଗାଥା: ରାଜା ପୁରୁଷୋତ୍ତମଦେବଙ୍କ ଥାନେଶ୍ୱର ଶିଳା ବଖାଣୁଛି ଇତିହାସ

କୁହାଯାଏ ପଥର, ଯାହାକୁ କଷ୍ଟ ହୁଏ ନାହିଁ କି ଯାହାର କୌଣସି ପରିବର୍ତ୍ତନ ହୁଏ ନାହିଁ । କିନ୍ତୁ ଆମ ରାଜ୍ୟରେ ଏମିତି ଏକ ଜାଗା ରହିଛି ଯେଉଁଠି କଥା କହୁଛି ପଥର, ଆଉ ଗାଉଛି ଇତିହାସର ଗାଥା । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସମ୍ପୂର୍ଣ୍ଣ ସତ । ଏହି ପଥର ଓଡିଆ ଇତିହାସର ଅନେକ କଥା କହିବା ସହିତ ଅତୀତର ଅନେକ ଗାଥା ମଧ୍ୟ ବଖାଣୁଛି । ଓଡ଼ିଶା ସହରଦରୁ ଦେଖିବାକୁ ମିଳିଛି ଏମିତି ଏକ ମାତ୍ର ବିରଳ ପଥର ।

ଭଦ୍ରକ ଭଣ୍ଡାରୀପୋଖରୀ ବ୍ଲକର ରଣଜିତ ପଞ୍ଚାୟତ ଅନ୍ତର୍ଗତ ମଞ୍ଜୁରୀ ଗ୍ରାମରେ ଏହି ପଥର । କିମ୍ବଦନ୍ତୀର ସ୍ୱତନ୍ତ୍ର ସ୍ୱାକ୍ଷର ବହନ କରୁଥିବା ମଞ୍ଜୁରୀ ଗ୍ରାମରେ ରହିଛି ବିରଜା ମଣ୍ଡଳର ୪୧ ତମ ଶିବଲିଙ୍ଗ ଭାବେ ବର୍ଣ୍ଣିତ ଥାନେଶ୍ୱର ଶୈବ ପୀଠ । ଆଉ ଏହ।।ରି ଭିତରେ ରହିଛି ଏହି ବିରଳ ନୀଳ ମୁଗୁନି ପଥର । ଯାହାକୁ ଗବେଷକମାନେ ଥାନେଶ୍ୱର ଶିଳାଲିପି ଭାବେ ଅଭିହିତ କରିଛନ୍ତି । ଶିଳା ଲିପିରେ ଗଜପତି ରାଜା ପୁରୁଷୋତ୍ତମ ଦେବଙ୍କ ନାମ ଉଲ୍ଲେଖ ରହିଥିବା ବେଳେ ରାଜାଙ୍କ ଆଠ ଅଙ୍କ ସମ୍ପର୍କରେ ଅନେକ ଗୁରୁତ୍ତ୍ୱପୂର୍ଣ କଥା ବର୍ଣ୍ଣନା କରାଯାଇଛି । ଏହି ବିରଳ ନୀଳ ମୁଗୁନି ପଥରର ଲମ୍ବ ୭୫ ସେଣ୍ଟିମିଟର ହୋଇଥିବା ବେଳେ ଓସାର ୩୭ ସେଣ୍ଟିମିଟର । ଏହି ମୁଗୁନି ପ୍ରସ୍ତର ଖଣ୍ଡର ଉଭୟ ପାର୍ଶ୍ୱରେ ପ୍ରତତ୍ୱତ ଲିପି ଓଡ଼ିଆ ଭାଷାରେ ୨୦ ଓ ୨୨ ଧାଡ଼ିର ଲେଖା ରହିଛି ।

ଗଜପତି ରାଜା ପୁରୁଷୋତ୍ତମ ଦେବଙ୍କ ନିର୍ଦ୍ଦେଶରେ ତତ୍କାଳୀନ ମଞ୍ଜୁରୀ ଗଡର ରାଜା ମାନସିଂଙ୍କ ଜାଗିରଦାର ଜୟମଲ୍ଲଦେବଙ୍କ ସହଯୋଗରେ ଏହି ଥାନେଶ୍ୱେର ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ବ୍ରାହ୍ମଣ, ଜ୍ୟୋତିଷ , ମାଳି, ସୁଆର, ଶଙ୍ଖୁଆ, ରାତ୍ର ଜଗୁଆଳ ଆଦିଙ୍କୁ ଭୂମିଦାନ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଏହି ଶିଳାଲିପିରେ ଲେଖା ହୋଇଥିବା ଐତିହାସିକ ମାନେ ମତ ଦେଇଛନ୍ତି । ପ୍ରାଚୀନ ଶୈବ ପୀଠରେ ମହାପ୍ରଭୁ ଥାନେଶ୍ୱର ପୂଜା ପାଉଥିବା ବେଳେ ମାତା ପାର୍ବତୀ, କାର୍ତ୍ତିକ, ଗଣେଶ, ନାରାୟଣ ପୂଜା ପାଉଥିବା ବେଳେ ମନ୍ଦିରର ଚତୃପର୍ଶ୍ୱରେ ବୌଦ୍ଧ ଦେବାଦେବୀ ପୂଜା ପାଇ ଆସୁଛନ୍ତି ।

ହେଲେ ବିଡ଼ମ୍ବନାର ବିଷୟରେ ମନ୍ଦିରଟି ପୁରୁଣା ହୋଇଥିବାରୁ ଛାତ ଫାଟି ପାଣି ଗଲୁଥିବା ବେଳେ ସୁରକ୍ଷା ବ୍ୟବସ୍ଥା ନାହିଁ । ଖାଲି ସେତିକ ନୁହେଁ ନିକଟ ପୋଖରୀର ପୁନରୁଦ୍ଧାର ହୋଇ ପାରୁନଥିବା ବେଳେ ଆଲୋକିରଣର ସୁବ୍ୟବସ୍ଥା ହୋଇ ପାରି ନ ଥିବା କଥା କହିଛନ୍ତି ମନ୍ଦିର ପରିଚାଳନା କମିଟି । ତେବେ ମନ୍ଦିରର ମରାମତି, ଶିଳାଲିପିର ସୁରକ୍ଷା ପାଇଁ ସଂଗ୍ରହାଳୟ ନିର୍ମାଣ ସମେତ ଏହି ପ୍ରାଚୀନ ଶୈବ ପୀଠର ଆନୁସଙ୍ଗିକ ବିକାଶ ପାଇଁ ସ୍ଥାନୀୟ ବିଧାୟକ, ସାଂସଦ, ଜିଲ୍ଲା ପ୍ରଶାସନ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସମେତ ୫ଟି ସରକାରଙ୍କୁ ଦାବି କରିଛନ୍ତି ଅଞ୍ଚଳବାସୀ । ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କେବେ ବଦଳୁଛି ଏହି ପ୍ରାଚୀନ ଶୈବ ପୀଠର ମାନଚିତ୍ର ?

Get real time updates directly on you device, subscribe now.