fbpx

HIV AIDSର ପ୍ରାରମ୍ଭିକ ଲକ୍ଷଣକୁ କିପରି ଚିହ୍ନିବେ? ଆମ ଶରୀରରୁ ମିଳିଥାଏ ଏପରି ସଂକେତ

ଏଚ୍.ଆଇ.ଭି ଏକ ଭାଇରସ୍, ଯାହା ପ୍ରତିରକ୍ଷା ପ୍ରଣାଳୀକୁ କ୍ଷତି ପହଞ୍ଚାଇଥାଏ । ଯଦି ଏହାର ଶୀଘ୍ର ଚିକିତ୍ସା କରା ନ ଯାଏ ତେବେ ଏହା ସିଡି୪ କୋଷକୁ ପ୍ରଭାବିତ କରେ ଏବଂ ତାହାକୁ ଶେଷ କରିଦିଏ । ସିଡି୪ ହେଉଛି ଏକ ପ୍ରତିରକ୍ଷା କୋଷ , ଯାହାକୁ ଟି ସେଲ୍ କୁହାଯାଏ । ଜାତୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ ଆରଟିଆଇର ସୂଚନା ମୁତାବକ, ୨୦୨୦ ମସିହାରେ ଭାରତରେ ୨୩,୧୮,୭୩୭ ଲୋକ ଏଚ୍.ଆଇ.ଭି ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ ୮୧,୪୩୦ ଜଣ ଶିଶୁ ସଂକ୍ରମିତ ହୋଇଥିବା ଜଣପେଡିଛି । ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଏହି ରୋଗ ପାଇଁ କୌଣସି ଚିକିତ୍ସା ପାଇପାରିବେ ନାହିଁ । ସେଥିପାଇଁ ଏଥିରୁ ସତର୍କ ରହିବା ଉଚିତ୍ ।

ଏଡସ୍ ହେଉଛି ଏପରି ଏକ ରୋଗ, ଯାହା ଏଚ୍.ଆଇ.ଭି ସଂକ୍ରମିତ ଲୋକଙ୍କଠାରେ ବିକଶିତ ହୋଇପାରେ । ଏହା ହେଉଛି ଏଚଆଇଭିର ଆଡଭାନ୍ସ ଷ୍ଟେଜ୍ । ତେବେ ଏଚଆଇଭି ସଂକ୍ରମିତ ବ୍ୟକ୍ତିଙ୍କୁ ଛୁଇଁବା, ହାତ ମିଶାଇବା ବା ପାଣି ପିଇବା ଦ୍ୱାରା ହୋଇନଥାଏ, ବରଂ ଏହାର ଅନ୍ୟ କାରଣ ଦ୍ୱାରା ବ୍ୟାପିଥାଏ ।

 

ଏଡସ୍ କିପରି ବ୍ୟାପିଥାଏ?
-ଅସୁରକ୍ଷିତ ସେକ୍ସ ମାଧ୍ୟମରେ ।
– ସଂକ୍ରମିତ ସିରିଞ୍ଜ କିମ୍ବା ଛୁଞ୍ଚି ମାଧ୍ୟମରେ ।
-ସଂକ୍ରମିତ ରକ୍ତ ସଂକ୍ରମଣ ମାଧ୍ୟମରେ ।
– ସଂକ୍ରମିତ ଗର୍ଭବତୀ ମା ଠାରୁ ପିଲାମାନଙ୍କ ପର୍ଯ୍ୟନ୍ତ ବିସ୍ତାର ହୁଏ ।
-ସଂକ୍ରମିତ ମା’ର ସ୍ତନ୍ୟପାନ କରାଇବା ଦ୍ୱାରା ବ୍ୟାପିଥାଏ ।

ଏଚଆଇଭି ର ପ୍ରାରମ୍ଭିକ ଲକ୍ଷଣ :-
କୌଣସି ବ୍ୟକ୍ତିଙ୍କୁ ଏଚ୍.ଆଇ.ଭି ହେବାର ପ୍ରଥମ କିଛି ସପ୍ତାହକୁ ଆକ୍ୟୁଟ୍ ଇନଫେକ୍ସନ୍ ଷ୍ଟେଜ୍ କୁହାଯାଏ । ଏହି ସମୟ ମଧ୍ୟରେ ଜୀବାଣୁ ଶୀଘ୍ର ଉତ୍ପନ୍ନ ହୁଏ ଓ ସଂକ୍ରମିତ ବ୍ୟକ୍ତିଙ୍କ ପ୍ରତିରକ୍ଷା ପ୍ରଣାଳୀ ଏଚ୍.ଆଇ.ଭି ଆଣ୍ଟିବଡି ଉତ୍ପାଦନ କରି ପ୍ରତିକ୍ରିୟା କରିଥାଏ । ଏଗୁଡ଼ିକ ହେଉଛି ପ୍ରୋଟିନ୍ ଯାହା ସଂକ୍ରମଣର ପ୍ରତିକ୍ରିୟା ଭାବରେ କାମ କରେ । ଏହି ପର୍ଯ୍ୟାୟରେ କିଛି ଲୋକଙ୍କର ଠାରେ ପ୍ରଥମେ କୌଣସି ଲକ୍ଷଣ ନଥାଏ । ଯଦିଓ ଅନେକ ଲୋକ ଭାଇରସ୍ ସଂସ୍ପର୍ଶରେ ଆସିବା ପରେ ପ୍ରଥମ ମାସରେ ଲକ୍ଷଣ ଅନୁଭବ କରନ୍ତି, ତଥାପି ସେମାନେ ବୁଝିପାରନ୍ତି ନାହିଁ ଯେ ଏଚ୍.ଆଇ.ଭି ସେହି ଲକ୍ଷଣଗୁଡିକ ସୃଷ୍ଟି କରିଥାଏ । ଏହାର କାରଣ ହେଉଛି ତୀବ୍ର ପର୍ଯ୍ୟାୟର ଲକ୍ଷଣ ଫ୍ଲୁ କିମ୍ବା ଅନ୍ୟାନ୍ୟ ଋତୁକାଳୀନ ଜୀବାଣୁ ସହିତ ସମାନ ହୋଇପାରେ । ତଥାପି ଯଦି ଏହାକୁ ନେଇ ଆପଣଙ୍କ ମନରେ ସନ୍ଦେହ ସୃଷ୍ଟି ହୁଏ, ତେବେ ତୁରନ୍ତ ପରୀକ୍ଷା କରନ୍ତୁ । ଆସନ୍ତୁ ଜାଣିବା ଏଚ୍.ଆଇ.ଭି.ର ପ୍ରାରମ୍ଭିକ ଲକ୍ଷଣ କ’ଣ କ’ଣ…

– ଜ୍ୱର
– ଥଣ୍ଡା ଲାଗିବା
– ସାଧାରଣ ଯନ୍ତ୍ରଣା ଏବଂ ପୀଡା ।
-ସ୍କିନରେ ଲାଲ ଦାଗ ।
-ଗଳା ଖରାପ ହେବା
-ମୁଣ୍ଡବିନ୍ଧା
-ଛାତିରେ ଯନ୍ତ୍ରଣା ଅନୁଭବ କରିବା ।
– ବାନ୍ତି
– ପେଟ ଖରାପ

Get real time updates directly on you device, subscribe now.