fbpx

ସୋସିଆଲ ମିଡିଆରେ ସେୟାର ଏହି କଥା କରୁଛନ୍ତି କି: ହୋଇଯାଆନ୍ତୁ ସାବଧାନ ନଚେତ୍…

ନୂଆଦିଲ୍ଲୀ: ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଏହି ସୋସିଆଲ ମିଡିଆରେ ବ୍ୟସ୍ତ ରହୁଛନ୍ତି । ନିଜର ଅଫିସ କାମ ଠାରୁ ଆରମ୍ଭ କରି ସାଙ୍ଗସାଥିଙ୍କ ସହ କଥା ସବୁକିଛି ଏହି ସୋସିଆଲ ମିଡିଆ ଜରୀଆରେ କରିଥାନ୍ତି । ତେବେ ଅନେକ କ୍ଷେତ୍ରରେ ଦେଖାଯାଏ ଯେ ଆମେ ବିଭିନ୍ନ ସମୟରେ ବହୁତ କିଛି କଥା ସୋସିଆଲ ମିଡିଆରେ ସେୟାର କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏପରି କିଛି କଥା ଅଛି ଯାହାକୁ ସୋସିଆଲ ମିଡିଆରେ ସେୟାର କରିବା ଉଚିତ୍ ନୁହେଁ । କାରଣ ଏହି କଥା ସୋସିଆଲ ମିଡିଆରେ ସେୟାର କରିବା ଦ୍ୱାରା ପରବର୍ତ୍ତି ସମୟରେ ଆମେ ହିଁ ଅସୁବିଧାରେ ପଡିଥାନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ସୋସିଆଲ ମିଡିଆରେ କେଉଁ କଥା ସେୟାର କରିବା ଉଚିତ୍ ନୁହେଁ ।

ସୋସିଆଲ ମିଡିଆରେ ସେୟୋର କରନ୍ତୁ ନାହିଁ ଏହି କଥା:

ବ୍ୟକ୍ତିଗତ କଥା:ଆଜିକାଲିର ଯୁବପିଢିମାନେ କିଛି ନୂତନ ଜୀନିଷ ଶିଖିବା ଆଶାରେ ସର୍ବଦା ସୋସିଆଲ ମିଜିଆରେ ବ୍ୟସ୍ତ ରହୁଛନ୍ତି । ଯାହାଫଳରେ ସେମାନେ ଅନେକ କିଛି କଥା ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ତେବେ ସୋସିଆଲ ମିଡିଆରେ କେବେବି ନିଜର ବ୍ୟକ୍ତିଗତ ତଥ୍ୟ କିମ୍ବା ବ୍ୟକ୍ତିଗତ କଥା ସେୟାର କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣ ବିପଦରେ ପଡିପାରନ୍ତି ।

ପ୍ରାଇଭେଟ ଫଟୋ: ଆଜିକାଲି ୨୦ରୁ ୩୦ ବର୍ଷ ବୟସ ମଧ୍ୟରେ ଥିବା ପିଲାମାନେ ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହିଥାନ୍ତି । ଏଥିସହିତ ସେମାନେ ନିଜର ବିଭିନ୍ନ ପ୍ରକାର ଫଟୋ ସେୟାର କରିବା ସହ ଅନେକ ଅଜଣା ଲୋକଙ୍କ ସହ ବନ୍ଧୁତା ମଧ୍ୟ କରିଥାନ୍ତି । ତେବେ ଆପଣ ଜାଣି ରଖନ୍ତୁ ଯେ ସୋସିଆଲ ମିଡିଆରେ ଅଜଣା ବ୍ୟକ୍ତିଙ୍କୁ କେବେ ବି ନଜର ପ୍ରାଇଭେଟ ଫଟୋ ସେୟାର କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣ ହୁଏତ ବ୍ଲାକମେଲର ଶିକାର ହୋଇପାରନ୍ତି ।

ନିଜର ଦରମା: ଆପଣ ଯଦି ଚାକୀରି କରୁଛନ୍ତି ତେବେ ସୋସିଆଲ ମିଡିଆରେ ନିଜର ଦରମା ବିଷୟରେ କେବେ କାହାକୁ କୁହନ୍ତୁ ନାହିଁ କିମ୍ବା ସେୟାର କରନ୍ତୁ ନାହିଁ । କାରଣ ଏପରି କରିବା ଦ୍ୱାରା ଆପଣଙ୍କ ଜୀବନ ପ୍ରତି ବିପଦ ରହିବା ସହ ଆପଣ ଉପହାସର ମଧ୍ୟ ଶିକାର ହୋଇ ପାରନ୍ତି । ତେଣୁ ସୋସିଆଲ ମିଡିଆରେ କେବେ ବି ନିଜର ଗରମା ବିଷୟରେ ସେୟାର କରନ୍ତୁ ନାହିଁ ।

Get real time updates directly on you device, subscribe now.