fbpx

ଯୁକ୍ତ୨ରେ ବଢ଼ିବ ସିଟ୍‌, ଅନୁମତି ଦେଲେ ରାଜ୍ୟ ସରକାର : ୭ ଦିନ ମଧ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ କରିବେ ଆବେଦନ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): କରୋନା ମହାମାରୀ ଯୋଗୁ ଅନ୍‌ଲାନ୍‌ରେ ପାଠ ପଢ଼ି ଏବଂ ପରୀକ୍ଷା ନଦେଇ ଚଳିତବର୍ଷ ରେକର୍ଡ଼ ସଂଖ୍ୟାକ ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଛନ୍ତି । ଫଳରେ ଏହି ଛାତ୍ରଛାତ୍ରୀଙ୍କ +୨ରେ ନାମଲେଖାକୁ ନେଇ ସମସ୍ୟା ଉପୁଜିଛି । ଏହାକୁ ଲକ୍ଷ୍ୟ କରି ଯୁକ୍ତ ଦୁଇ ସିଟ୍‌ ବଢ଼ାଇବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଯେଉଁ କଲେଜଗୁଡ଼ିକ ଚାହିଁବେ ସାମ୍ସ ଜରିଆରେ ୭ ଦିନ ମଧ୍ୟରେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ । ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୧୦ ପିଲା ମାଟ୍ରିକ ପାସ୍‌ କରିଛନ୍ତି । ରାଜ୍ୟରେ ଯୁକ୍ତ୨ ସିଟ୍‌ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ ରହିଛି ।

Get real time updates directly on you device, subscribe now.