fbpx

କରୋନାର ଦ୍ୱିତୀୟ ସଂକ୍ରମଣ: ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୭ା୩ : ବର୍ତ୍ତମାନ ସମୟରେ ଦେଶର ଆଠଟି ରାଜ୍ୟରେ କରୋନା ଭାଇରସ୍ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ଭୟଭୀତ ନ ହୋଇ ସଚେତନ ରହିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, କୌଣସି ଲୋକର ଅଧିକାର କ୍ଷୁର୍ଣ୍ଣ କରିବାର ଅଧିକାର ଆମର ନାହିଁ । ଟିକା ନଷ୍ଟ ହେବା ଅର୍ଥ, କାହାର ଅଧିକାରକୁ କ୍ଷୂର୍ଣ୍ଣ କରିବା ସହିତ ସମାନ । ନିକଟରେ ତେଲେଙ୍ଗାନାରେ ୧୦ ପ୍ରତିଶତ ଟିକା ନଷ୍ଟ ହେଉଥିବା ଖବର ଆସିଛି । ଦୈନିକ ୩୦ ଲକ୍ଷ ଟିକା ପ୍ରଦାନ କରାଯାଉଛି, ତେଣୁ ଟିକା କିପରି ନଷ୍ଟ ନହେବ ସେଥିପାଇଁ ସମସ୍ତେ ଧ୍ୟାନ ଦେବା ଦରକାର । ଦେଶର ପ୍ରତ୍ୟେକ ରାଜ୍ୟରେ ଟିକାକରଣ କେନ୍ଦ୍ର ବୃଦ୍ଧି କରିବା ନେଇ ସେ ଗୁରୁତ୍ୱାରୋପ କରିଥିଲେ । ଟେଷ୍ଟ, ଟ୍ରାକ୍ ଓ ଟ୍ରିଟକୁ ନେଇ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ । ସହରରୁ ଯେମିତି ଗ୍ରାମକୁ କରୋନା ନ ବ୍ୟାପିବ, ସେଥିପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ହେବା ଦରକାର । ଆବଶ୍ୟକତା ଅନୁଯାୟୀ କଣ୍ଟେନମେଣ୍ଟ ଓ ସର୍ଭେଲାନ୍ସ କରାଯାଉ । ଏଥିସହ ବିଦେଶରୁ ଆସୁଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ ।

Get real time updates directly on you device, subscribe now.