PM Internship Scheme 2025: ହାତରେ ଆଉ ମାତ୍ର 4 ଦିନ, ଦଶମ ପାସ୍ କରିଥିଲେ ମିଳିବ ବଡ଼ ବ୍ରାଣ୍ଡ ସହିତ କାମ କରିବାର ସୁଯୋଗ!

ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା ଫେଜ 2ର ଶେଷ ତାରିଖ ମାର୍ଚ୍ଚ 31।

ନୂଆଦିଲ୍ଲୀ: ଯଦି ଚାକିରି ଖୋଜୁଛନ୍ତି ଏବଂ କାର୍ଯ୍ୟ ଅଭିଜ୍ଞତା ହାସଲ କରିବାକୁ ଚାହୁଁଛନ୍ତି, ତେବେ ଏହା ଏକ ଖୁସି ଖବର ହୋଇପାରେ । ଭାରତ ସରକାର ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନା (PMIS)ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛନ୍ତି ।

ଏହି ଯୋଜନା ଅଧୀନରେ, ଯୁବକମାନଙ୍କୁ 12 ମାସର ଇଣ୍ଟର୍ନସିପ୍ କରିବାର ସୁଯୋଗ ମିଳିବ । ଯେଉଁଥିରେ 6 ମାସର ଅନହାଣ୍ଡ ଟ୍ରେନିଂ ଅନ୍ତର୍ଭୁକ୍ତ ହେବ । ମାର୍ଚ୍ଚ 31 ଏହାର ଶେଷ ତାରିଖ ରହିଛି ।

କଣ ମିଳିବ ଫାଇଦା-

  • ପ୍ରତି ମାସରେ 5,000 ଟଙ୍କା ଷ୍ଟାଇପେଣ୍ଡ ଦିଆଯିବ ।
  • ଏକକାଳୀନ 6,000 ଟଙ୍କା ଅନୁଦାନ ମଧ୍ୟ ଦିଆଯିବ ।
  • 730 ଜିଲ୍ଲାରେ ଇଣ୍ଟର୍ନସିପ୍ ସୁଯୋଗ, ଯାହା ଦ୍ଵାରା ଆପଣ ଆପଣଙ୍କ ନିକଟସ୍ଥ ସହରରେ କାମ କରିପାରିବେ ।
  • ମାରୁତି ସୁଜୁକି, ଏଲ ଆଣ୍ଡ ଟି, ଏଚ୍ଡିଏଫସି ବ୍ୟାଙ୍କ, ମହିନ୍ଦ୍ରା ଭଳି ବଡ଼ କମ୍ପାନୀରେ ଇଣ୍ଟର୍ନସିପ୍ ସୁଯୋଗ ।
  • ଜଣେ ପ୍ରାର୍ଥୀ 3ଟି ଭିନ୍ନ ଭିନ୍ନ ଇଣ୍ଟର୍ନସିପ୍ ପାଇଁ ଆବେଦନ କରିପାରିବେ ।

ଯୋଗ୍ୟତା କଣ ରହିବା ଜରୁୁରୀ:

ବୟସ: 21 ରୁ 24 ବର୍ଷ
ଯୋଗ୍ୟତା: ଅତି କମରେ ଦଶମ ପାସ୍
ନିଯୁକ୍ତି ସ୍ଥିତି: କେବଳ ବେକାର ପ୍ରାର୍ଥୀମାନେ ଆବେଦନ କରିପାରିବେ ।
ପାରିବାରିକ ଆୟ: ବାର୍ଷିକ ₹8 ଲକ୍ଷରୁ ଅଧିକ ହେବା ଉଚିତ୍ ନୁହେଁ ।

କିଏ ଆବେଦନ କରିପାରିବେ?

ସ୍ନାତକ (ବିଏ, ବି.ଏସସି, ବି.କମ, ବିବିଏ, ବିସିଏ, ଇତ୍ୟାଦି) – ୩୭,୦୦୦ ପଦବୀ
ଆଇଟିଆଇ ପାସ୍ ପ୍ରାର୍ଥୀ – ୨୩,୦୦୦ ପଦବୀ
ଡିପ୍ଲୋମା ଧାରକ – ୧୮,୦୦୦ ପଦବୀ
ଦ୍ୱାଦଶ ପାସ୍ ପ୍ରାର୍ଥୀ – ୧୫,୦୦୦ ପଦବୀ
ଦଶମ ପାସ୍ ପ୍ରାର୍ଥୀ – ୨୫,୦୦୦ ପଦବୀ