fbpx

କୃଷକଙ୍କୁ ମିଳିବ ୪ ହଜାର ଟଙ୍କା; E-KYC ନଥିଲେ ଆକାଉଣ୍ଟକୁ ଆସିବନି ପିଏମ କିଷାନ ରାଶି

ନୂଆଦିଲ୍ଲୀ: କୃଷକ ମାନଙ୍କୁ ମିଳିବାକୁ ଯାଉଛି ପିଏମ କିଷାନ ଯୋଜନାର ୧୦ମ କିସ୍ତି ଟଙ୍କା । ପ୍ରାୟ ୧୨ କୋଟି କୃଷକଙ୍କ ଖାତାକୁ ଏହି ଅର୍ଥରାଶି ଯାଉଥିବା ବେଳେଇ କେୱାଇସି ନକଲେ ଏହି ଅର୍ଥ ରାଶି ଆକାଉଣ୍ଟକୁ ଆସିବନି ବୋଲକି ନିୟମ ପ୍ରଣୟନ କରାଯାଇଛି । ପିଏମ୍ କିଶାନ ଯୋଜନା-୨୦୨୧ରେ ପୂର୍ବରୁ ରାସନ କାର୍ଡ ବାଧ୍ୟତାମୂଳକ କରାଯାଇଥିବା ବେଳେ ବର୍ତ୍ତମାନ ଇ କେୱାଇସି ବାଧ୍ୟତାମୂଳକ କରାଯାଇଛି । ନିଜର ଇ କେୱାଇସି ପୂରଣ ନକଲେ ଦଶମ କିସ୍ତିର ଅର୍ଥ ଆକାଉଣ୍ଟକୁ ଆସିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

ଆସନ୍ତା କ୍ରିଷ୍ଟ ମାସ ପୂର୍ବରୁ ସମସ୍ତ ଚାଷୀଙ୍କ ଆକାଉଣ୍ଟକୁ ଏହି ଅର୍ଥ ଆସିବ । ୧୫ ଡିସେମ୍ବର ପୂର୍ବରୁ ଅର୍ଥ ପ୍ରଦାନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଆପଣ ନିଜର ଇ କେୱାଇସି ପୂରଣ କରି ନିଅନ୍ତୁ । ପିଏମ୍ କିଷାନର ଆଧିକାରିକ ୱେବସାଇଟରେ ହିଁ ଇ କେୱାଇସି ହୋଇ ପାରିବ । ଏହି ଲିଙ୍କରେ https://pmkisan.gov.in/ କ୍ଲିକ୍ କରି ଆପଣ ଆଧିକାରିକ ୱେବସାଇଟକୁ ଯାଇ ପାରିବେ । ୱେବସାଇଟର ଡାହାଣ ପାଶ୍ୱର୍ର ତଳେ ଇ-କେୱାଇସି ଦେଖିବାକୁ ମିଳିବ । ଏହା ଉପରେ କ୍ଲିକ୍ କରି ଆପଣ ନିଜର ଇ କେୱାଇସି ଅପଡେଟ୍ କରି ପାରିବେ ।

ଉଲ୍ଲେଖଯୋଗ୍ୟ ଯେ, ଯେଉଁ କୃଷକ ମାନଙ୍କୁ ୯ମ କିସ୍ତିର ଅର୍ଥ ମିଳିନାହିଁ ସେମାନଙ୍କୁ ଏକା ସାଥୀରେ ୪ ହଜାର ଟଙ୍କା ପ୍ରଦାନ କରାଯିବ । ତେବେ ଯେଉଁ କୃଷକ ମାନେ ସେପ୍ଟେମ୍ବର ୩୦ ପୂର୍ବରୁ ନିଜର ନାମ ପଞ୍ଜୀକରଣ କରିଥିବେ ସେମାନେ ଏହି ସୁବିଧାର ଲାଭ ଉଠାଇପାରିବେ ।

Get real time updates directly on you device, subscribe now.