fbpx

ହେଲିକପ୍ଟର କ୍ରାସ: ସହିଦ ସାଇତେଜାଙ୍କ ପରିବାରକୁ ମିଳିବ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ବିଶାଖାପାଟଣା: ତାମିଲନାଡୁର କନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ସହିତ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ସହିଦ ହୋଇଥିବା ଲାନ୍ସ ବି ନାଏକ ସାଇଜେତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଯୋଗାଇବାକୁ ଘୋଷଣା କରିଛନ୍ତି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନ ମୋହନ ରେଡ୍ଡୀ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ସିଏମଓ ଟ୍ୱିଟ୍ କରି ଏହା ବିଷୟରେ ସୂଚନା ଦେଇଛନ୍ତି ।

ତେବେ ସାଇ ତେଜା ଦେଶର ପ୍ରଥମ ଚିଫ୍ ଜଷ୍ଟିସ୍ ଡିଫେନ୍ସ ଷ୍ଟାଫ୍ ବା ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଥିଲେ । ସେ ପାରା ସ୍ପେଶାଲ ଫୋର୍ସର ଏକ ଅଂଶ ଥିଲେ । ତେଜା ଜୁନ୍ ୨୦୧୩ରେ ଭାରତୀୟ ସେନାରେ ସାମିଲ ହୋଇଥିଲେ । ସେ ଅରୁଣାଚଳରେ ଏଲଏସିରେ ବହୁ ଉଚ୍ଚ ଅଞ୍ଚଳରେ ନିଜର ସେବା ଦେଇଥିଲେ ।

ତେବେ ତାମିଲନାଡୁର କୁନୁରରେ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିବା ଆଉ ପାଞ୍ଚଜଣ ସେନା କର୍ମଚାରୀଙ୍କ ମୃତଦେହ ଚିହ୍ନଟ କରାଯାଇଛି ବୋଲି ସେନା ପକ୍ଷରୁ କୁହାଯାଇଛି । ଏହି ପାଞ୍ଚ ଜଣଙ୍କ ମୃତଦେହକୁ ସେନା ସମ୍ମାନ ସହିତ ଅନ୍ତିମ ସଂସ୍କାର ପାଇଁ ନିଜ ନିଜ ସହରକୁ ପଠାଯାଉଛି ।

Get real time updates directly on you device, subscribe now.