fbpx

ଯଦି ସୁମିତଙ୍କ ଦେହ ଖରାପ ଅଛି, ତେବେ ସେ ହସ୍ପିଟାଲ ନଯାଇ ସାଙ୍ଗ ଘରେ କ’ଣ ପାଇଁ ରହିଛନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ମାମଲାରେ ଇତିମଧ୍ୟରେ ଏକ ନୂଆ ମୋଡ଼ ଆସିଛି । ଗତକାଲି ସୁମିତ ଅଚାନକ ଫେରାର୍ ହୋଇଯାଇଥିଲେ । ପରେ ତପସ୍ୱିନୀ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଫୋନ୍ କରି ପଚାରି ବୁଝିଥିଲେ । ତେବେ ଡାକ୍ତର ସୁମିତ କିଛିଦିନ ପାଇଁ ଛୁଟି ନେଇଥିବା ହସ୍ପିଟାଲ ପକ୍ଷରୁ ତପସ୍ୱିନୀଙ୍କୁ କୁହାଯାଇଥିଲା ।

ତେବେ ଗତକାଲି ତପସ୍ୱିନୀ ଏନେଇ ସୋସିଆଲ ମିଡ଼ିଆରେ ଭିଡିଓ ପୋଷ୍ଟ କରିଥିଲେ । ଆଜି ମଧ୍ୟ ଗଣମାଧ୍ୟମ ଆଗରେ ସେ ସୁମିତଙ୍କ ଅସୁସ୍ଥତା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ଯଦି ସୁମିତଙ୍କ ଦେହ ଖରାପ ଅଛି, ତେବେ ହସ୍ପିଟାଲ ନଯାଇ କ’ଣ ପାଇଁ ସାଙ୍ଗ ଘରେ ରହୁଛନ୍ତି । ସୁମିତଙ୍କୁ କୋର୍ଟଙ୍କ ଅର୍ଡର ମୁତାବକ ପତ୍ନୀଙ୍କ ପାଖରେ ରହିବାକୁ ଭଲ ଲାଗିଲାନି । ସୁମିତ କୋର୍ଟଙ୍କ ଆଦେଶକୁ ଅବମାନନା କରିଛନ୍ତି । ତେଣୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ମୁଁ ମରିଯିବି ପଛେ ନ୍ୟାୟ ପାଇବା ପାଇଁ ଲଢ଼େଇ କରିବି । ଏଇ ୭ ଦିନ ଏକାଠି ରହିବା ସମୟରେ ସୁମିତ ଦୁଇଟି ମୋବାଇଲ ବ୍ୟବହାର କରିବା ସହ ପରିବାରବର୍ଗଙ୍କ ସହ ସମ୍ପର୍କରେ ରହିଥିଲେ । ଫେରାର ହେବା ପାଇଁ ସୁମିତ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ । ସୂଚନାଯୋଗ୍ୟ ଯେ, ସୁମିତ ଓ ତପସ୍ୱିନୀଙ୍କୁ କୋର୍ଟ ୭ ଦିନ ପାଇଁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ସୁମିତଙ୍କ ପକ୍ଷର ଓକିଲ ଆଉ ୭ ଦିନ ସମୟ ମାଗିଥିବା ବେଳେ କୋର୍ଟ ତାଙ୍କୁ ଏଥିପାଇଁ ଅନୁମତି ଦେଇଥିଲେ ।

Get real time updates directly on you device, subscribe now.