fbpx

ଚାଷୀଙ୍କ ପାଇଁ ସରକାର ଦେଲେ ବଡ଼ ଅପଡେଟ: ୧୩ତମ କିସ୍ତି ପାଇବାକୁ କରନ୍ତୁ ଏହି ୨ଟି କାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ଲାଭ ଦେଶର କୋଟି କୋଟି ଗ୍ରାହକଙ୍କୁ ମିଳୁଛି । ଯଦି ଆପଣ ବି ୧୩ତମ କିସ୍ତିର ଟଙ୍କା ପାଇବାକୁ ଚାହୁଁଛନ୍ତି, ତେବେ ଏହି ୨ଟି କାମ କରିବା ବାଧ୍ୟତାମୂଳକ । ଯଦି ଆପଣ ଏହି ଗୁରୁତ୍ୱପୂର୍ଣ୍ଣ କାମ ନକରନ୍ତି, ତେବେ ଆପଣଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଆସିବ ନାହିଁ ।

କୃଷି ଅଧିକାରୀ ଏବଂ ସରକାରଙ୍କ ତରଫରୁ ଏକ ନିର୍ଦ୍ଦେଶ ଜାରି କରି ସୂଚନା ଦିଆଯାଇଛି ଯେ, ଯେଉଁ ଚାଷୀମାନେ e-KYC ଓ ଜମି ରେକର୍ଡର ଭେରିଫିକେସନ୍ କରିନାହାନ୍ତି, ସେମାନଙ୍କ ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର ହେବନାହିଁ । ଏହା ବ୍ୟତୀତ ଯେଉଁମାନେ ଏହି ଦୁଇଟି ଜିନିଷକୁ ଅପଡେଟ୍ କରିନାହାଁନ୍ତି, ସେମାନଙ୍କୁ ଦ୍ୱାଦଶ କିସ୍ତି ମଧ୍ୟ ମିଳିନାହିଁ ।

e-KYC କିପରି କରିବେ ?
ଯଦି ଆପଣଙ୍କର e-KYC ଏପର୍ଯ୍ୟନ୍ତ ହୋଇନାହିଁ, ତେବେ ଆପଣଙ୍କୁ ଅଫିସିଆଲ୍ ୱେବସାଇଟ୍ pmkisan.gov.inକୁ ଯିବାକୁ ପଡିବ । ଏହା ପରେ Farmer’s Corner କୁ ଯାଇ e-KYC ଉପରେ କ୍ଲିକ୍ କରିବାକୁ ପଡ଼ିବ । ଏବେ ଆପଣଙ୍କୁ ନିଜର ଡିଟେଲ୍ସ ଏଣ୍ଟର କରିବା ପରେ ଓଟିପି ଦେବାକୁ ପଡ଼ିବ । ଓଟିପି ଏଣ୍ଟର କରିବା ମାତ୍ରେ ଆପଣଙ୍କ e-KYC ଅପଡେଟ ହୋଇଯିବ ।

ଜମି ରେକର୍ଡଗୁଡିକର ଯାଞ୍ଚ ଆବଶ୍ୟକ :-
ଏହା ବ୍ୟତୀତ, ଯଦି ଆପଣ ଜମି ରେକର୍ଡ ଯାଞ୍ଚ କରିନାହଁ, ତେବେ ତୁରନ୍ତ କରିନିଅନ୍ତୁ । ଆପଣ ନିଜ ଅଞ୍ଚଳର ପାଟୱାରୀ କିମ୍ବା ଜିଲ୍ଲା / ବ୍ଲକର କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରି ଏହା କରିପାରିବେ ।

କେବେ ଆସିବ ୧୩ ତମ କିସ୍ତି ଟଙ୍କା ?
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ପରବର୍ତ୍ତୀ କିସ୍ତି ଶୀଘ୍ର ଆସିବାକୁ ଯାଉଛି । ଏହି ଯୋଜନା ଅଧୀନରେ ବର୍ଷର ପ୍ରଥମ କିସ୍ତି କୃଷକମାନଙ୍କୁ ଏପ୍ରିଲ ୧ ରୁ ଜୁଲାଇ ୩୧ ମଧ୍ୟରେ ଦିଆଯାଏ । ସେହିପରି ଦ୍ୱିତୀୟ କିସ୍ତି ଅଗଷ୍ଟ ୧ ରୁ ନଭେମ୍ବର ୩୦ ମଧ୍ୟରେ ଦିଆଯାଏ । ଏହା ସହ ତୃତୀୟ କିସ୍ତି ପ ଡିସେମ୍ବର ୧ ରୁ ମାର୍ଚ୍ଚ ୩୧ ମଧ୍ୟରେ ଟ୍ରାନ୍ସଫର ହୁଏ । ସେହିି ଅନୁଯାୟୀ, ପିଏମ କିଷାନଙ୍କ ୧୩ ତମ କିସ୍ତି ଡିସେମ୍ବରରେ କୃଷକଙ୍କ ଆକାଉଣ୍ଟକୁ ଆସିପାରେ ।

Get real time updates directly on you device, subscribe now.