କୃଷକଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ ପିଏମ କିଷାନ ଟଙ୍କା
ଜାଣନ୍ତୁ କେବେ ଆକାଉଣ୍ଟକୁ ଆସିବ ପିଏମ କିଷାନ ଟଙ୍କା । ଫେବୃଆରୀରେ ମିଳିଥିଲା ପୂର୍ବ କିସ୍ତି ଟଙ୍କା ।
ନୂଆଦିଲ୍ଲୀ: କୃଷକଙ୍କ ପାଇଁ ବଡ଼ ଖବର । କେନ୍ଦ୍ର ସରକାରଙ୍କ ଦ୍ୱାରା କୃଷକଙ୍କୁ ଆର୍ଥିକ ସହାୟତା ପାଇଁ ଲାଗୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା (ପିଏମ କିଷାନ ଯୋଜନା)ର ୨୦ତମ କିସ୍ତି ଜଲଦି ହିଁ କୃଷକଙ୍କ ଆକାଉଣ୍ଟକୁ ଯିବ ।
ଏହି ଯୋଜନା ଅନ୍ତର୍ଗତ ବର୍ଷକୁ କୃଷକଙ୍କ ବ୍ୟାଙ୍କ ଖାତାକୁ ୬ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଏ । ବର୍ତ୍ତମାନ ସୁଦ୍ଧା କୃଷକଙ୍କୁ ୧୯ତମ କିସ୍ତି ପ୍ରଦାନ କରାଯାଇଥିବାବେଳେ ଆଗାମୀ ଦିନରେ ୨୦ତମ କିସ୍ତି ମିଳିବ ।
ତେବେ ଖବର ମୁତାବକ ଜୁନ୍ ମାସରେ ପିଏମ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଯିବ । କିନ୍ତୁ ଏ ନେଇ କୌଣସି ସରକାରୀ ସୂଚନା ବା ବିଜ୍ଞପ୍ତି ପ୍ରକାଶ ପାଇନାହିଁ ।
ଏହାପୂର୍ବରୁ ୨୦୨୪ ଅକ୍ଟୋବରରେ କୃଷକଙ୍କ ଖାତାକୁ ୧୮ତମ କିସ୍ତି ଟଙ୍କା ଯାଇଥିବାବେଳେ ଚଳିତ ମାସ ଫେବୃଆରୀରେ ୧୯ତମ କିସ୍ତି ଟଙ୍କା ମିଳିଥିଲା ।
ଯେଉଁ କୃଷକମାନେ ଇ-କେୱାଇସି ପୂରା କରିବା ସହ ବ୍ୟାଙ୍କ ଖାତା ସହିତ ଆଧାର ଲିଙ୍କ ଭଳି ଜରୁରୀ କାର୍ଯ୍ୟ କରିସାରିଛନ୍ତି, ସେହି କୃଷକଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଉଛି ।