fbpx

କୋଭିଡ୍ ଟିକା ଓ ଅକ୍ସିଜେନ୍ ଉପରୁ ଛାଡ ହେଲା ଶୁଳ୍କ; ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ ୨୪ । ୪ (ଓଡିଶା ଭାସ୍କର) : ଦେଶରେ ଦ୍ରୁତ ବେଗରେ ବଢୁଥିବା କରୋନା ସଂକ୍ରମଣ ସମସ୍ତଙ୍କ ଚିନ୍ତା ବଢାଇବାରେ ଲାଗିଛି । ସେପଟେ କରୋନାର ଦ୍ୱିତୀୟ ଲହର ଅଧିକ କ୍ଷତିକାରକ ହୋଇ ଥିବାରୁ ରୋଗୀଙ୍କ ସଂଖ୍ୟା ବଢି ବଢି ଚାଲିଛି । ରୋଗୀଙ୍କ ସଂଖ୍ୟା ବଢୁଥିବା ଦେଖି ହସ୍ପିଟାଲରେ ଅକ୍ସିଜେନ ଅଭାବର ସମସ୍ୟା ଦେଖିବାକୁ ମିିଳିଛି । ଏନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି । ଯେଉଁଥିରେ ଅକ୍ସିଜେନର ଦାମ୍ ହ୍ରାସ ସହ ସୀମା ଶୁଳ୍କ ଛାଡ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାସହ କରୋନା ଟିକା ଉପରୁ ମଧ୍ୟ ଶୁଳ୍କ ଛାଡ ହାଟାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ୩ ମାସ ପର୍ୟ୍ୟନ୍ତ ଭ୍ୟାକସିନ୍ ଉପରେ ଶୁଳ୍କ ଛାଡ କରାଯାଇଛି ।

ଏହି ନିର୍ଦେଶ ଅନୁସାରେ ଭ୍ୟାକସିନ୍,ଅକ୍ସିଜେନ୍ ଓ ଅକ୍ସିଜେନ୍ ସହ ଜଡିତ ଉପକରଣର ଆମାଦାନୀ ଉପରେ ବେସିକ୍ ଶୁଳ୍କ ଛାଡ ଏବଂ ହେଲେଥ୍ ସେସକୁ କ୍ଷମା କରାଯିବାର ନିଷ୍ପତ୍ତି ହୋଇଛି । ବୈଠକରେ ପ୍ରଧାନମନ୍ତ୍ରୀ ମେଡିକାଲ ଗ୍ରେଡ ଅକ୍ସିଜେନକୁ ତୁରନ୍ତ ବଢାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ ଅକ୍ସିଜେନ୍ ସହ ଜଡିତ ଉପକରଣ ମଧ୍ୟ ଆବଶ୍ୟକତା ରହିଛି ଯାହା ଘର ଓ ହସ୍ପିଟାଲରେ ରହୁଥିବା ରୋଗୀଙ୍କ ସେବାରେ ବ୍ୟବହାର କରାଯାଇପାରିବ ।ଏଥିଲାଗି ମନ୍ତ୍ରଣାଳୟ ଓ ବଭାଗ ଏକାଠି ମିଳିମିଶି କାମ କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.