fbpx

(video)ଭୁଟାନର ଶିଶୁ ବି କଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭରପୁର ସ୍ୱାଗତ, ଭିଡିଓ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁଟାନ ଗସ୍ତରେ ଯାଇ ସେଠାରେ ପହଞ୍ଚିଛନ୍ତି । ୨ ଦିନିଆ ଏହି ଯାତ୍ରା ଅବସରରେ ଭୁଟାନ ରାଜଧାନୀ ଥିମ୍ପୁ ପହଞ୍ଚିବା ପରେ ସେଠାରେ ତାଙ୍କର ଜୋରଦାର ସ୍ୱାଗତ କରାଯାଇଛି । ମୋଦୀଙ୍କ ଯାତ୍ରା ମଧ୍ୟରେ ଭୁଟାନ ପ୍ରଧାନମନ୍ତ୍ରୀ ଶେରିଙ୍ଗ ତୋବଗେ ଟ୍ୱିଟ୍ କରି କହିଛନ୍ତି, ‘ବଡ ଭାଇ ଆପଣଙ୍କୁ ମୋର ସ୍ୱାଗତ’ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଇ ଦିବସୀୟ ଯାତ୍ରାରେ ପଡୋଶୀ ଦେଶ ଭୂଟାନ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ୨୨ ଓ ୨୩ ମାର୍ଚ୍ଚରେ ତାଙ୍କର ଅଧିକାରୀକ ଯାତ୍ରା କ୍ରମରେ ଭୁଟାନରେ ରହିବେ । ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଯାତ୍ରା ୨୧ ଓ ୨୨ ମାର୍ଚ୍ଚକୁ ହେବାର ଥିଲା । କିନ୍ତୁ ପାଗ ଖରାପ କାରଣରୁ ତାଙ୍କର ଏହି ଯାତ୍ରା ଘୁଞ୍ଚି ଯାଇଥିଲା ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭୁଟାନ ଯାତ୍ରାକୁ ନେଇ ସ୍ଥାନୀୟ ଲୋକ ବହୁତ ଖୁସି ପ୍ରକଟ କରିଛନ୍ତି । ଭୁଟାନର ଏକ ଛୋଟ ଶିଶୁ ଏହି କ୍ରମରେ ମୋଦୀଙ୍କୁ ସ୍ୱାଗତ କରି କହିଛି କି, ଆପଣ ଆମ ଦେଶ ଆସିଥିବାରୁ ଆମେ ବହୁତ ଖୁସି । ରାଜଧାନୀ ଥିମ୍ପୁରେ ତାଙ୍କର ଜୋରଦାର ସ୍ୱାଗତ କରାଯାଇଛି । ରାସ୍ତା କଡରେ ଛିଡା ହୋଇ ଶହ ଶହ ଲୋକ ତାଙ୍କର ସ୍ୱାଗତ କରିଛନ୍ତି । ବିମାନ ବନ୍ଦରରେ ଭୁଟାନ ପ୍ରଧାନମନ୍ତ୍ରୀ ଶେରିଙ୍ଗ ତୋବଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ବିମାନ ବନ୍ଦରରେ ଗାର୍ଡ ଅଫ୍ ଅନର ଦିଆଯାଇଛି ।

Get real time updates directly on you device, subscribe now.