fbpx

ରାଶି ଅନୁଯାୟୀ କେଉଁ ରଙ୍ଗ ଆପଣଙ୍କ ପାଇଁ ଶୁଭ, ଜାଣନ୍ତୁ କେଉଁ କଲରରେ ଖେଳିବେ ହୋଲି

ଓଡ଼ିଶା ଭାସ୍କର: ଚଳିତ ବର୍ଷ ୨୫ ମାର୍ଚ୍ଚ ସୋମବାର ଦିନ ହୋଲି ଉତ୍ସବ ପାଳନ କରାଯିବ । ଜ୍ୟେତିଷ ଶାସ୍ତ୍ରରେ ପ୍ରତି ରାଶିର ଏକ ବିଶେଷ ଶୁଭ ରଙ୍ଗ ରହିଛି । ହୋଲିରେ ଯଦି ପ୍ରତ୍ୟେକ ବ୍ୟକ୍ତି ନିଜ ଲକି କଲର ଅନୁଯାୟୀ ହୋଲି ଖେଳିବେ ତେବେ ଏହା ଅତ୍ୟନ୍ତ ଶୁଭ ରହିବ ଏବଂ ତାଙ୍କୁ ଅନେକ ପ୍ରକାର ଫାଇଦା ଉପଲବ୍ଧ ହେବ । ଏପରି ଭାବେ ହୋଲି ପାଳନ କରାଯିବ ଏବଂ ଏହାର ଲାଭ ମଧ୍ୟ ପ୍ରାପ୍ତ ହେବ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

ମେଷ: ଏହି ରାଶିର ସ୍ୱାମୀ ମଙ୍ଗଳ ଦେବ ଅଟନ୍ତି । ତେବେ ଏମାନେ ଲାଲ ରଙ୍ଗର ହୋକି ଖେଳିବା ଅତ୍ୟନ୍ତ ଶୁଭ ।

ବୃଷ: ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ, ଏହି ରାଶିର ସ୍ୱାମୀ ଶୁକ୍ରଦେବ ଅଟନ୍ତି । ଏହି ରାଶିର ଲୋକେ ହୋଲି ଳେଳିବା ପାଇଁ ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ।

ମିଥୁନ: ଏହି ରାଶିର ସ୍ୱାମୀ ବୁଧ ଦେବ ଅଟନ୍ତି । ତେବେ ଏମାନେ ସବୁଜ ରଙ୍ଗ ଖେଳିବା ଆବଶ୍ୟକ ।

କର୍କଟ: ଏହି ରାଶିର ସ୍ୱାମୀ ଚନ୍ଦ୍ରମା ଅଟନ୍ତି । ତେବେ ଏହି ରାଶିର ଲୋଜଙ୍କ ପାଇଁ କେସର, ହଲୁକା ଗୋଲାପି ଏବଂ ଧଳା ରଙ୍ଗ ଶୁଭ ହୋଇଥାଏ ।

ସିଂହ: ଏହି ରାଶର ସ୍ୱାମୀ ହେଉଛନ୍ତି ସୂର୍ଯ୍ୟଦେବ । ତେବେ ଏମାନଙ୍କ ଲକି ରଙ୍ଗ ନାରଙ୍ଗୀ ଏବଂ ଲାଲ । ଏଥିପାଇଁ ଏହି ରାଶିର ଲୋକଙ୍କୁ ଏହି ରଙ୍ଗରେ ହୋଲି ଖେଳିବା ଶୁଭ ଫଳପ୍ରଦ ହେବ ।

କନ୍ୟା: ଏହି ରାଶିର ସ୍ୱାମୀ ବୁଧ ଦେବ ଅଟନ୍ତି । ଏହି ରାଶିର ଲକି କଲର ସବୁଜ ଏବଂ ଏଥି ସହ ମିଶୁଥିବା ଅନ୍ୟ ସେଡ ଅଛି । ଏହି ଲୋକ ଯଦି ଏହି ରଙ୍ଗରେ ହୋଲି ଖେଳିଲେ ଏମାନେ ନିଜ ଜୀବନରେ ଅନେକ ବଡ଼ ଉପଲବ୍ଧତା ମିଳିପାରିବ ।

ତୁଳା: ଏହି ରାଶିର ସ୍ୱାମୀ ଶୁକ୍ରଦେବ ଅଟନ୍ତି । ଏହି ରାଶିର ଲୋକଙ୍କ ପାଇଁ ଲକି କଲର ହଳଦିଆ ଏବଂ ଆକାଶୀ ରଙ୍ଗ ।

ବିଛା: ଏହି ରାଶିର ସ୍ୱାମୀ ମଙ୍ଗଳଦେବ । ଏହି ରାଶିର ଲୋକଙ୍କ ଶୁଭ ରଙ୍ଗ ଲାଲ ଅଟେ । ଏଥିପାଇଁ ଏହି ରାଶିର ଲୋକେ ଲାଲ ରଙ୍ଗରେ ହୋଲି ଖେଳିବା ଆବଶ୍ୟକ ।

ଧନୁ : ଏହି ରାଶିର ସ୍ୱାମୀ ହେଉଛନ୍ତି ବୃହସ୍ପତି । ତେବେ ଏହି ରାଶି ପାଇଁ ହଳଦିଆ ରଙ୍ଗ ହେଉଛି ଅତ୍ୟନ୍ତ ଶୁଭ ।

ମକର: ଏହି ରାଶିର ସ୍ୱାମୀ ହେଉଛନ୍ତି ଶନିଦେବ । ତେବେ ଏହି ରାଶିର ଲୋକେ ନୀଳ, ଧଳା ରଙ୍ଗରେ ହୋଲି ଖେଳିପାରିବେ । ଏଥିସହ ଏମାନଙ୍କ ଉପରେ ଶନିଦେବଙ୍କ କୃପା ରହିବ ।

କୁମ୍ଭ: ଏହି ରାଶିର ସ୍ୱାମୀ ମଧ୍ୟ ଶନିଦେବ । ତେବେ ଏହି ରାଶିର ଲକି କଲର ହେଉଛି ନୀଳ ।

ମୀନ: ଏହି ରାଶିର ଶୁଭ ରଙ୍ଗ ହେଉଛି ନୀଳ ଏବଂ ନାରଙ୍ଗୀ । ତେବେ ଏହି ରାଶିର ଦେବଗୁରୁ ବୃହସ୍ପତି ତେଣୁ ନୀଳ ରଙ୍ଗରେ ଖେଳିବା ଦ୍ୱାରା ଏହି ଲୋକମାନଙ୍କୁ ଶୁଭଫଳ ପ୍ରାପ୍ତି ହୋଇଥାଏ ।

Get real time updates directly on you device, subscribe now.