ନୂଆଦିଲ୍ଲୀ: ଲୋକପ୍ରିୟ ଗାୟିକା ସାରଦା ସିହ୍ନାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଥିବା ବେଳେ ସେ ବର୍ତ୍ତମାନ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରଦା ସିହ୍ନାଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ତାଙ୍କ ପୁଅକୁ ଫୋନ କରି ପଚାରିଛନ୍ତି । ବର୍ତ୍ତମାନ ଏମ୍ସରେ ତାଙ୍କର ଚିକିତ୍ସା ଜାରି ରହିଛି । ଅଶୁଂମାନ ସିହ୍ନାଙ୍କ ସହିତ କଥା ହୋଇ ମୋଦୀ କହିଛନ୍ତି, ଆପଣ ମଜଭୁତର ସହିତ ମାଙ୍କର ଚିକିତ୍ସା କରାନ୍ତୁ । କହିରଖୁଛୁ କି, ସାରଦା ସିହ୍ନା ରାତିରୁ ଭେଣ୍ଟିଲେଟରରେ ଭର୍ତ୍ତି ହୋଇଛନ୍ତି ।
ତାଙ୍କ ପୁଅ ଅଂଶୁମାନ କହିଛନ୍ତି, ମାଆଙ୍କର ସ୍ବାସ୍ଥ୍ୟବସ୍ଥା ଠିକ ନାହିଁ । କିନ୍ତୁ ଡାକ୍ତରମାନେ ଜୋରସୋରରେ ଚିକିତ୍ସା ଜାରି ରଖିଛନ୍ତି । ସାରଦାଙ୍କ ସ୍ବାମୀ ବୃଜକିଶୋର ସିହ୍ନାଙ୍କର ମୃତ୍ୟୁକୁ ପରଠାରୁ ସେ ଉଦାସ ରହୁଥିବା ବେଳେ ବର୍ତ୍ତମାନ ତାଙ୍କର ମଧ୍ୟ ସ୍ବାସ୍ଥ୍ୟବସ୍ଥାରେ ଅବନତି ହୋଇଛି । ସାରଦା ସିହ୍ନାଙ୍କୁ ବିହାରର କୋକିଳା ଭାବେ ସମସ୍ତେ ଜାଣନ୍ତି । ସେ ଜଣେ ଜଣାଶୁଣା ଏବଂ ଲୋକପ୍ରିୟ ଗାୟିକା ଅଟନ୍ତି । ଭୋଜପୁରୀ ଏବଂ ମୈଥିଲି ଭାଷୀରେ ଅନେକ ଗୀତ ଗାଇ ପ୍ରସିଦ୍ଧି ଲାଭ କରିଛନ୍ତି । ବିହାରର ପାରମ୍ପିରକ ସଙ୍ଗୀତକୁ ଆଗକୁ ବଢାଇବା ପାଇଁ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ । ସଂଗୀତ ଏବଂ ସଂସ୍କୃତିରେ ତାଙ୍କର ଯୋଗଦାନ ପାଇଁ 2018 ମସିହାରେ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା ।