‘ଖାଦ୍ୟରେ କମାଅ ତେଲ’, ମୋଟାପଣ ପାଇଁ ଟିପ୍ସ ଦେଲେ ପିଏମ ମୋଦୀ

ମୋଟାପଣକୁ ଏପରି କମାନ୍ତୁ, ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ମନ୍ କୀ ବାତ୍‌ରେ ଦେଶବାସୀଙ୍କୁ ସମ୍ବୋଧନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ଯେ, ଭାରତକୁ ବିଜ୍ଞାନ ଓ ମହାକାଶ ଛଡ଼ା ଏଆଇରେ ମଧ୍ୟ ସଫଳତା ମିଳିଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ ପ୍ୟାରିସରେ ଏଆଇକୁ ନେଇ ଭାରତକୁ ଅନେକ ପ୍ରଂଶସା ମିଳୁଛି। ଚଳିତବର୍ଷ ମହିଳା ଦିବସରେ ନାରୀଶକ୍ତିକୁ ଅଧିକ ଗୁରୁତ୍ୱ ଦିଆଯିବ। ଅନେକ କ୍ଷେତ୍ରରେ ମହିଳାଙ୍କ ଅନୁଦାନ ଅତୁଳନୀୟ। ସେହି ମହିଳାଙ୍କୁ ସମ୍ମାନ ଜଣାଇ ମୋ ସୋସିଆଲ ମିଡିଆରେ ପୋଷ୍ଟ କରିବି। ପ୍ଲାଟଫର୍ମ ମୋର ଅନୁବୂତି ତାଙ୍କର ରହିବ।”

ମୋଟାପଣ ପାଇଁ ଟିପ୍ସ: ମନ କୀ ବାତରେ ଯୁବପିଢିଙ୍କୁ ସ୍ୱାସ୍ଥ୍ୟମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ଯେ, ଏବେ ଯୁବ ପିଢି ଭିତରେ ମୋଟାପଣ ଏକ ବଡ଼ ସମସ୍ୟା ସାଜିଛି।

ସେ ଆହୁରି କହିଛନ୍ତି ଯେ, ମୋଟାପଣ କମାଇବାକୁ ହେଲେ ଆମକୁ ଖାଦ୍ୟରେ ପରିବର୍ତ୍ତନ ଜରୁରୀ। ପ୍ରତିଦିନ ଖାଦ୍ୟରେ କମ୍ ତେଲ ଖାଇବାକୁ ଚେଷ୍ଟା କରନ୍ତୁ। ଖାଦ୍ୟରେ ତେଲ ପରିମାଣ ୧୦ ପ୍ରତିଶତ କମାଆ। ନିଜେ କମାଇବା ସହ ୧୦ ଜଣଙ୍କୁ କମାଇବା ପାଇଁ ଚ୍ୟାଲେଞ୍ଜ ଦିଅନ୍ତୁ।