fbpx
BJD SKY
BJD SKY

(Video) ଏପରି କ’ଣ ଘଟିଲା ଯାହା ପାଇଁ ପ୍ରଧାନମନ୍ତ୍ରୀ କାରରୁ ବାହାରି ରାସ୍ତାରେ ଚାଲିବାକୁ ଲାଗିଲେ, ଜାଣନ୍ତୁ କାରଣ

BJD

ବାରଣାସୀ: କାଶୀକୁ କୋଟି କୋଟି ଟଙ୍କା ଉପହାର ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ପହଁଚିଛନ୍ତି । ବାରଣାସୀରେ ପହଁଚିବା ମାତ୍ରେ ପ୍ରଧାନମନ୍ତ୍ରୀଙ୍କର ଆକ୍ସନ ଦେଖିବାକୁ ମିଳିଛି । ସେ ବିଳମ୍ବିତ ରାତିରେ ନିଜ କାରରୁ ଓହ୍ଲାଇ ରାସ୍ତାରେ ଚାଲିବାକୁ ଲାଗିଲେ । ତେବେ ଏହା କେଉଁ କାରଣ ପାଇଁ ଆସନ୍ତୁ ଜାଣିବା..

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଭିନ୍ନ ଭିନ୍ନ ରାଜ୍ୟ ପରିଦର୍ଶନ କରି ଉପହାର ପ୍ରଦାନ କରୁଛନ୍ତି । ନରେନ୍ଦ୍ର ମୋଦୀ ସମସ୍ତଙ୍କର ପ୍ରିୟ ବୋଲି ମଧ୍ୟ କୁହାଯାଉଛି । ତେବେ ସେ ସର୍ବଦା କର୍ତ୍ତବ୍ୟପରାୟଣ ଅଟନ୍ତି । ଏଭଳି କାର୍ଯ୍ୟ ପୁଣି ଥରେ ବାରଣାସୀ ଠାରେ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରେ ପହଁଚିବା ମାତ୍ରେ ସେ କାରରୁ ଓହ୍ଲାଇ ରାସ୍ତା ନିରୀକ୍ଷଣ କରିଛନ୍ତି । ପ୍ରକୃତରେ କାମ ହୋଇଛି କି ନାହିଁ । ସେ ରାତି ପ୍ରାୟ ୧୧ଟା ସମୟରେ ବାରଣାସୀର ଶିବପୁର-ଫୁଲବାରିୟା-ଲହରତାରା ରାସ୍ତାର ନିରୀକ୍ଷଣ କରିଛନ୍ତି ।

ନିକଟରେ ଏହି ରାସ୍ତାର ଉଦଘାଟନ କରାଯାଇଥିଲା । ଏହି ସଡ଼କ ବାରଣାସୀ ସହରର ଦକ୍ଷିଣ ଭାଗରେ ରହୁଥିବା ପାଖାପାଖି ୫ ଲକ୍ଷ ଲୋକଙ୍କ ସହାୟତା ଯୋଗାଇଛି । ତେବେ ଏହି ମାର୍ଗକୁ ତନଖିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ବିଳମ୍ବିତ ରାତିରେ କାରରୁ ବାହାରି ସେହି ରାସ୍ତାରେ ଚାଲିଛନ୍ତି । ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଥିବା ଘର ବାହାରେ କିମ୍ବା ଛାତ ଉପରେ ଠିଆ ହୋଇଥିବା ଲୋକ ଏବଂ ପିଲାମାନଙ୍କୁ ଦେଖିଛନ୍ତି ସେ ସେମାନଙ୍କୁ ହାତ ହଲାଇ ଅଭିବାଦନ ଜଣାଛନ୍ତି ।

Get real time updates directly on you device, subscribe now.