fbpx

କନିଷ୍ଠ ସହାୟକ ପଦ ପାଇଁ OPSC ଜାରି କଲା ଆଡମିଟ୍ କାର୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନିୟର ଆସିଷ୍ଟାଣ୍ଟ ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ୨୪ ତାରିଖ ଦିନ ଏହି ପଦର ବେସିକ କମ୍ପ୍ୟୁଟର ପ୍ରାକ୍ଟିକାଲ ଦକ୍ଷତା ଟେଷ୍ଟ ଓ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ । କଟକର ଭାଟପାଟଣା ସ୍ଥିତ ସୁଧାନନ୍ଦ ଇଞ୍ଜିନିୟରିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର, ନଛିପୁରଠାରେ ପ୍ରାର୍ଥୀଙ୍କର ଓରିଜିନାଲ ପ୍ରମାଣପତ୍ର / ଡକ୍ୟୁମେଣ୍ଟ ଭେରିଫାଏ କରାଯିବ ।

ତେଣୁ ପ୍ରାର୍ଥୀମାନେ ଫେବୃଆରୀ ୨୧ ତାରିଖଠାରୁ ଓପିଏସସିର ୱେବସାଇଟରୁ ନିଜ ନିଜର ‘ଆଡମିସନ ସାର୍ଟିଫିକେଟ’ ଡାଉନଲୋଡ୍ କରିବା ସହିତ ସବିଶେଷ ସୂଚନା ପାଇ ପାରିବେ । ୨୪ ତାରିଖ ଦିନ ୧୨ଟାରୁ ୨ଟା ପର୍ଯ୍ୟନ୍ତ ଦକ୍ଷତା ଟେଷ୍ଟ ଓ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ । ମୋଟ ୭୮ ଜଣ ପ୍ରାର୍ଥୀଙ୍କର ଲିଷ୍ଟ ଜାରି କରାଯାଇଥିବା ବେଳେ ଏହି ସମସ୍ତ ପ୍ରାର୍ଥୀ ଆବଶ୍ୟକ ଡକ୍ୟୁମେଣ୍ଟ ସହିତ ଧାର୍ଯ୍ୟ ଠିକଣାରେ ସଠିକ୍ ସମୟରେ ଉପସ୍ଥିତ ରହିବେ ।

ଆଡମିଟ୍ କାର୍ଡ ଡାଉନଲୋଡ୍ ଲିଙ୍କ: https://opsconline.gov.in/dnld–/132324_Skill/

Get real time updates directly on you device, subscribe now.