(VIDEO)Breaking: ଦେଶର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସାମୁଦ୍ରିକ ସେତୁ ‘ପମ୍ୱନ’ର ଉଦଘାଟନ କଲେ ମୋଦୀ

ଦକ୍ଷିଣ ଭାରତକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି। ଉଦଘାଟନ ହେଲା ବହୁ ପ୍ରତୀକ୍ଷିତ ନୂତନ ପମ୍ୱନ ବ୍ରିଜ୍।

ତାମିଲନାଡୁ: ପମ୍ୱନ ସେତୁର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବହୁ ପ୍ରତୀକ୍ଷିତ ନୂତନ ପମ୍ୱନ ବ୍ରିଜର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ନୂଆ ପମ୍ୱନ ସେତୁ ଉଦଘାଟନ କଲେ ମୋଦୀ।

ଦକ୍ଷିଣ ଭାରତକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି। ତାମିଲନାଡୁର ରାମେଶ୍ୱରମ-ପାମ୍ୱନ ମଧ୍ୟରେ ରେଳ ସେତୁର ଉଦଘାଟନ। ଏହା ହେଉଠି ଦେଶର ସବୁଠୁ ହାଇଟେକ୍ ବ୍ରିଜ୍ ‘ପମ୍ୱନ’। ଯାହାକି ଏସିଆର ପ୍ରଥମ ଭୂଲମ୍ୱ ଲିଫ୍ଟ ସ୍ପାନ୍ ରେଳ ସେତୁ।

ଏହି ସେତୁ ଦେଶର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସାମୁଦ୍ରିକ ସେତୁ। ଯାହା ପାଇଁ ଖର୍ଚ୍ଚ ହୋଇଛି ୫୩୫ କୋଟି ଟଙ୍କା। ଆଉ ଆଜି ନୂତନ ଶିକ୍ଷା ନୀତି ଏବଂ ତ୍ରିଭାଷା ନୀତି ବିବାଦ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁ ଗସ୍ତ କରି ଆରବ ସାଗର ଉପରେ ନିର୍ମିତ ନୂତନ ପାମ୍ବନ ସେତୁର ଉଦଘାଟନ କରିଛନ୍ତି।

୨୦୧୯ ମସିହାରୁ ଏହି ବ୍ରିଜର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିଲା। ଭବିଷ୍ୟତକୁ ଆଖି ଆଗରେ ରଖି, ଏହାକୁ ଡବଲ୍ ଟ୍ରାକ୍ ଏବଂ ହାଇ-ସ୍ପିଡ୍ ଟ୍ରେନ୍ ପାଇଁ ଡିଜାଇନ୍ କରାଯାଇଛି। ଷ୍ଟେନଲେସ୍ ଷ୍ଟିଲରେ ତିଆରି ଏହି ନୂତନ ସେତୁ ଉପରେ ପଲିସିଲୋକ୍ସେନ ଆବରଣ ଦିଆଯାଇଛି, ଯାହା ଏହାକୁ କଳଙ୍କି ଏବଂ ସମୁଦ୍ରର ଲୁଣିଆ ପାଣିରୁ ରକ୍ଷା କରିବ।

ପୁରୁଣା ସେତୁଟି କଳଙ୍କି ଲାଗିବା ଯୋଗୁଁ ୨୦୨୨ ମସିହାରେ ବନ୍ଦ କରାଯାଇଥିଲା।  ଏହା ପରେ ରାମେଶ୍ୱରମ୍ ଏବଂ ମଣ୍ଡପମ୍ ମଧ୍ୟରେ ରେଳ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ତେଣୁ ଏବେ ଏହି ନୂତନ ସେତୁର ଶିଳାନ୍ୟାସ କରାଯାଇଛି।