fbpx

Video: ଜାପାନର ହିରୋସିମାରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ସ୍ୱାଗତ କରିବାକୁ ହୋଟେଲ ବାହାରେ ପ୍ରବାସୀ ଭାରତୀୟଙ୍କ ଭିଡ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଜାପାନ, ପାପୁଆ ନ୍ୟୁ ଗିନି ଏବଂ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ହିରୋସିମାରେ ପହଂଚିଛନ୍ତି। ଏଠାରେ ସେ ଗ୍ରୁପ୍ ଅଫ୍ ସେଭେନ (ଜି ୭) ଏବଂ କ୍ୱାଡ ସମେତ ତିନୋଟି ପ୍ରମୁଖ ବହୁପକ୍ଷୀୟ ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ବହୁ ସଂଖ୍ୟକ ପ୍ରବାସୀ ଭାରତୀୟ ଜାପାନର ଶେରାଟନ ହୋଟେଲ ବାହାରେ ଏକାଠି ହୋଇଥିଲେ।

ଜାପାନର ହିରୋସିମା ଅଭିମୁଖେ ଯିବାବେଳେ ପ୍ରଧାନମନ୍ତ୍ରୀ ଏକ ବିବୃତ୍ତିରେ କହିଛନ୍ତି ଯେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିସିଡାଙ୍କ ନିମନ୍ତ୍ରଣ କ୍ରମେ ଜାପାନର ରାଷ୍ଟ୍ରପତିଙ୍କ ଅଧୀନରେ (ଜି ୭) ସମ୍ମିଳନୀରେ ଯୋଗଦେବା ପାଇଁ ମୁଁ ଜାପାନର ହିରୋସିମା ଅଭିମୁଖେ ଯାଉଛି।

ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୪.୩୦ ମିନିଟ୍‌ରେ ହିରୋସିମାରେ ପହଞ୍ଚିଥିଲେ । ପରମାଣୁ ଆକ୍ରମଣରେ ବର୍ବବାଦ ହୋଇଯାଇଥିବା ଏହି ସହରେର ପ୍ରଧାନମନ୍ତ୍ରୀ ସନ୍ଧୟା ୫ଟା ସମରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୁର୍ତ୍ତି ଅନାବରଣ କରିବେ । ଏହାପରେ ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ଦୁଇଟି ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ । ଏହାପରେ ରାତି ୧୧ଟା ୩୦ ମିନିଟ୍‌ରେ ଜି-୭ ସମ୍ମିଳନୀରେ ଯୋଗଦେବେ ।

ଜି-୭ ବୈଠକରେ ଅନେକ ଗୁରୁତ୍ୱପୁର୍ଣ୍ଣ ବିଷୟରେ ଆଲୋଚନା ହେବ । ଏଥିରେ ପରସ୍ପର ମଧ୍ୟରେ ସମ୍ପର୍କ ବୃଦ୍ଧି, ସୁରକ୍ଷା, ପରମାଣୁ ନିରସ୍ତ୍ରୀ କରଣ, ଜଳବାୟୁ ପରିବର୍ତ୍ତନ ଭଳି ବିଷୟ ଉପରେ ଆଲୋଚନା ହେବ । ସେହିଭଳି ଆମେରିକାରେ ଦେଖାଦେଇଥିବା ଆର୍ଥିକ ସ୍ଥିତି କାରଣରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅଷ୍ଟ୍ରେଲିଆ ଗସ୍ତ ବାତିଲ କରି ଦେଇଛନ୍ତି । ଏଭଳି ସ୍ଥିତିରେ କ୍ୱାଡ୍ ବୈଠକ ବାତିଲ ହୋଇପାରେ ।

 

Get real time updates directly on you device, subscribe now.