fbpx

ଜମ୍ମୁ-କାଶ୍ମୀର ପାଇଁ ବଡ ଉପହାର: ପିଏମ୍ ମୋଦୀ ଲଞ୍ଚ କଲେ ଆୟୁଷ୍ମାନ ଭାରତ ଯୋଜନା

ନୂଆଦିଲ୍ଲୀ,୨୬ ।୧୨: ଜମ୍ମୁ-କାଶ୍ମୀର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ ଉପହାର ଆଣିଛନ୍ତି । ମୋଦୀ ଜାମ୍ମୁ-କାଶ୍ମୀରରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାରନ ଭାରତ ଯୋଜନା ଲଞ୍ଚ କରିଛନ୍ତି । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଜାମ୍ମୁ କାଶ୍ମୀରରେ ସର୍ବଭାରତୀୟ ସ୍ୱାସ୍ଥ୍ୟ କଭରେଜକୁ ସୁନିଶ୍ଚିତ କରିବା । ଯାହା ମଧ୍ୟରୁ ଗୋଟିଏ ହେଉଛି ଆର୍ଥିକ ସୁରକ୍ଷା ଯୋଗାଇବା ଏବଂ ସର୍ବନିମ୍ନ ଅର୍ଥରେ ସମସ୍ତ ନାଗରିକଙ୍କୁ ଉତ୍ତମ ସୁବିଧା ଯୋଗାଇବା । ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରିବା ପରେ ପିଏମ ମୋଦୀ ଏହାର ହିତାଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ତାଙ୍କୁ ସ୍ୱାସ୍ଥ୍ୟ କାର୍ଡ ଦିଆଯାଇଥିଲା । ବିଭିନ୍ନ ଲୋକ ପିଏମ ମୋଦୀଙ୍କ ସହ ସେମାନଙ୍କର ଅସୁସ୍ଥତା ଏବଂ ପୁନରୁଦ୍ଧାର ଅଭିଜ୍ଞତା ବାଣ୍ଟିଥିଲେ ।

Get real time updates directly on you device, subscribe now.