fbpx

Video; ପ୍ୟାରିସ୍ ପାରାଲିମ୍ପିକ୍ସ ପଦକ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ; ମୋଦୀଙ୍କୁ ଉପହାର ଦେଲେ ଖେଳାଳି

ନୂଆଦିଲ୍ଲୀ: ପ୍ୟାରିସ୍ ପାରାଲିମ୍ପିକ୍ସରେ ପଦକ ଜିତିଥିବା ଭାରତୀୟ କ୍ରୀଡ଼ାବିତ୍ ମାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ପ୍ୟାରିସ୍ ପାରାଲିମ୍ପିକ୍ସରେ ପଦକ ଜିତିଥିବା ଭାରତୀୟ ଖେଳାଳିମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟି-ସାର୍ଟ, ଜୋତା ଓ ତୀର ଭଳି ଜିନିଷ ଉପହାର ଦେଇଥିଲେ। ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଚମତ୍କାର ଥିଲା।

ଏହି ମେଗା ଇଭେଣ୍ଟରେ ଭାରତୀୟ ଆଥଲେଟମାନେ ରେକର୍ଡ ୨୯ ପଦକ ଜିତି ଇତିହାସ ରଚିଛନ୍ତି। ଟୋକିଓ ପାରାଲିମ୍ପିକ୍ସ ଗେମ୍ସରେ ଭାରତୀୟ ଆଥଲେଟମାନେ ୧୯ ଟି ପଦକ ଜିତିଛନ୍ତି । ପାରାଲିମ୍ପିକ୍ କ୍ରୀଡ଼ାରେ ଏହା ଭାରତର ଶ୍ରେଷ୍ଠ ପ୍ରଦର୍ଶନ ଥିଲା, କିନ୍ତୁ ଏବେ ଭାରତ ତା’ର ପୁରୁଣା ରେକର୍ଡକୁ ପଛରେ ପକାଇଦେଇଛି।

ପ୍ୟାରିସ୍ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଶୁଟର ଅବନୀ ଲେଖାରା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ଜର୍ସି ଉପହାର ଦେଇ ଲେଖିଛନ୍ତି , “ଆପଣଙ୍କ ସମର୍ଥନ ପାଇଁ ଧନ୍ୟବାଦ ସାର୍ “। ସେହିପରି ସ୍ୱର୍ଣ୍ଣ ପଦକ ବିଜେତା ସୁମିତ ଆଣ୍ଟିଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ମଜାଳିଆ ଢଙ୍ଗରେ ଦେଖିବାକୁ ମିଳିଥିଲା ।

ପ୍ୟାରିସ୍ ପାରାଲିମ୍ପିକ୍ସରେ ପଦକ ଜିତିଥିବା ଆଥଲେଟ୍ମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ। ଏହାସହ ପାରା କ୍ରୀଡ଼ାର ଉନ୍ନତି ପାଇଁ କ’ଣ କରାଯାଇପାରିବ ବୋଲି ଏହି ଆଥଲେଟ୍ମାନେ କହିଛନ୍ତି।

Get real time updates directly on you device, subscribe now.