fbpx

କନ୍ୟାକୁମାରୀରେ ପ୍ରଧାନମନ୍ତ୍ରୀ ମୋଦୀ ଦେଲେ ସୂର୍ଯ୍ୟ ଅର୍ଘ୍ୟ, ରାଜନୀତି ସହ ଜଡିତ ରହିଛି ଏହି ବଡ ରହସ୍ୟ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ୍ ଶୁକ୍ରବାର କନ୍ୟାକୁମାରୀ ସ୍ଥିତ ବିବେକାନନ୍ଦ ରକ୍ ମେମୋରିଆଲ ନିକଟରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି ଓ ଏହାପରେ ୨ ଦିନ ପର୍ଯ୍ୟନ୍ତ ଧ୍ୟାନ ସାଧନା ଆରମ୍ଭ କରି ଦେଇଛନ୍ତି । ହିନ୍ଦୁ ଧର୍ମରେ ସୂର୍ଯ୍ୟଦେବଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି । ସନାତନ ଧର୍ମରେ ସୂର୍ଯ୍ୟ ଦେବଙ୍କୁ ସାକ୍ଷାତ ଦେବତା ମନେ କରାଯାଏ । ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହଙ୍କ ରାଜା ବୋଲି ମନେ କରାଯାଏ । ଏବେ ଜ୍ୟେଷ୍ଠ ମାସରେ ସୂର୍ଯ୍ୟ ରୋହିଣୀ ନକ୍ଷତ୍ରରେ ଅଛନ୍ତି । ଯେଉଁମାନଙ୍କ କୁଣ୍ଡଳୀରେ ସୂର୍ଯ୍ୟ ପ୍ରଭାବୀ ଅର୍ଥାତ୍ ମଜଭୁତ ସ୍ଥିତିରେ ଥାଆନ୍ତି ସେମାନେ ରାଜା ପରି ଜୀବନ ବିତାଇଥାନ୍ତି ଓ ବହୁତ ବଡ ପଦରେ ରହିଥାନ୍ତି । ଯେଉଁମାନଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଦୋଷ ରହିଥାଏ ସେମାନଙ୍କ ଉପରେ ଏହାର ଅଶୁଭ ପ୍ରଭାବ ପଡିଥାଏ । ଏହି ଦୋଷକୁ ଦୂର କରିବା ଲାଗି ଓ ସୂର୍ଯ୍ୟଙ୍କ ଶୁଭ ପ୍ରଭାବ ପାଇବା ଲାଗି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯାଏ ।
ରାଜନୀତି ସହ ସମ୍ବନ୍ଧ:
ଯେଉଁମାନେ ରାଜନୀତି ସହ ଜଡିତ ସେମାନଙ୍କ ଲାଗି ସୂର୍ଯ୍ୟଙ୍କର ବଡ ମହତ୍ତ୍ୱ ରହିଛି । କାରଣ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର ବା ରାଜା । ରାଜନେତାଙ୍କ କୁଣ୍ଡଳୀରେ ସୂର୍ଯ୍ୟ ମଜଭୁତ ରହିବା ବହୁତ ଜରୁରୀ । ଯଦି ସୂର୍ଯ୍ୟ ମଜଭୁତ ରହିବେ ତେବେ ଉଚ୍ଚ ପଦ ଓ ଯଶ ପ୍ରାପ୍ତି ହେବ । ବ୍ୟକ୍ତିର ମନୋବଳ, ଇଚ୍ଛା ଶକ୍ତି, ଆତ୍ମବିଶ୍ୱାସ ପଥର ଚଟାଣ ପରି ମଜଭୁତ ହେବ । ଏହି କାରଣରୁ ଆପଣ ବଡ ନିଷ୍ପତ୍ତି ନେବାକୁ ସକ୍ଷମ ହେବେ । କଠିନରୁ କଠିନ ପରିସ୍ଥିତି ଉପରେ ବି ବିଜୟ ହାସଲ କରିପାରିବେ ।

Get real time updates directly on you device, subscribe now.