fbpx

ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜି୭ ସମ୍ମିଳନୀରେ ଭାଗ ନେବେ

Advertisement

ନୂଆଦିଲ୍ଲୀ: ଜି୭ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀରେ ପହଞ୍ଚିଛନ୍ତି। ୨୬ ଜୁନ ରୁ ୨୮ଜୁନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀ ଏବଂ ୟୁଏଇ ଗସ୍ତରେ ଥିବା ଜଣା ପଡ଼ିଛି। ଜର୍ମାନୀରେ ଜି୭ ଶିଖର ସମ୍ମିଳନୀରେ ଭାଗ ନେବା ସହ ୟୁଏଇ ଗସ୍ତରେ ୟୁଏଇର ପୂର୍ବତନ ରାଷ୍ଟ୍ରପତି ଏବଂ ଆବୁଧାବି ଶାସକ ଶେକ ଖଲିଫା ବିନ ଜାୟଦ ଅଲ ନାହାୟନାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଥାଉ କି ଏହା ପୂର୍ବରୁ ମେ ୨ରେ ମୋଦୀ ଜର୍ମାନୀ ଗସ୍ତରେ ଯାଇଥିଲା ବେଳେ ଜର୍ମାନୀ ଚାନ୍ସଲର ଓଲାଫ ସ୍କୋଲ୍ଜ ଜି୭ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ପ୍ରଧାନ ମନ୍ତ୍ରୀ ମୋଦୀଙ୍କୁ ଆମନ୍ତ୍ରିତ କରିଥିଲେ।

ଏହି ଜି୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ପର୍ଯ୍ୟାବରଣ, ଉର୍ଜା, ଜଳବାୟୁ, ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ, ମହିଳା-ପୁରୁଷଙ୍କ ମଧ୍ୟରେ ସମାନତା ଏବଂ ଲୋକତନ୍ତ୍ର ଭଳି ମୁଦା ଉପରେ ନିଜର ବିଚାର ରଖିବେ ବୋଲି ଦେଶବାସୀ ଆଶା ରଖିଛନ୍ତି। ଏହି ଗୁରୁତ୍ତ୍ୱପୂର୍ଣ୍ଣ ମୁଦା ଉପରେ ଅନ୍ତରାଷ୍ଟ୍ରିୟ ସହଯୋଗକୁ ମଜଭୁତ କରିବା ପାଇଁ ଆର୍ଜେଣ୍ଟିନା, ଇଣ୍ଡୋନେସିଆ, ସେନେଗଲ ଏବଂ ଦକ୍ଷିଣ ଆଫ୍ରିକା ଭଳି କେତେକ ଲୋକତାନ୍ତ୍ରିକ ଦେଶକୁ ଆମନ୍ତ୍ରଣ କରାଯାଇଥିବା ଜଣା ପଡ଼ିଛି।

ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କିଛି ଦେଶର ରାଜନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ବୋଲି ସୂଚନା ରହିଛି। ଜି୭ ଶିଖର ସମ୍ମିଳନୀ ନିମନ୍ତ୍ରଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତ ଓ ଜର୍ମାନୀର ରାଜନୈତିକ ସମ୍ପର୍କକୁ ଅଧିକ ଘନିଷ୍ଠ କରିବା। ସମ୍ମିଳନୀରେ ଭାଗ ନେବା ପରେ ଶ୍ରୀ ମୋଦୀ ୨୮ଜୁନରେ ୟୁଏଇ ଗସ୍ତରେ ରହିବେ ଯେଉଁଠାରେ ୟୁଏଇର ପୂର୍ବତନ ରାଷ୍ଟପତି ଏବଂ ଆବୁଧାବିର ଶାସକ ଶେଖ ଖଲିଫା ବିନ ଜାୟଦ ଅଲ ନାହାୟନାଙ୍କ ମୃତ୍ୟରେ ବ୍ୟକ୍ତଗତ ସମବେଦନା ଜଣାଇବେ। ଏହା ପରେ ୟୁଏଇର ନୂତନ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ୨୮ ଜୁନକୁ ହିଁ ଭାରତ ପସ୍ଥାନ କରିବେ ବୋଲି ସୂଚନା ରହିଛି।

Get real time updates directly on you device, subscribe now.