fbpx
BJD
BJD SKY
BJD SKY

ଅଯୋଧ୍ୟାରେ ପହଁଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୧୨ଟା ୦୫ ରୁ ଆରମ୍ଭ ହେବ ପ୍ରାଣପ୍ରତିଷ୍ଠା ଉତ୍ସଵ

ଅଯୋଧ୍ୟା: ଆଉ କିଛି ସମୟ ପରେ ଅଯୋଧ୍ୟାରେ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ତେବେ ବର୍ତ୍ତମାନ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଁଚିଛନ୍ତି । ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ପ୍ରାଣପ୍ରତିଷ୍ଠା ସମାରୋହରେ ଯଜମାନୀ କରିବେ ପ୍ରଧାନମନ୍ତ୍ରୀ ମୋଦୀ ।

ଭବ୍ୟ ବିଗ୍ରହର ପ୍ରାଣପ୍ରତିଷ୍ଠା ଲାଗି ମହେନ୍ଦ୍ର ବେଳା ନିର୍ଦ୍ଧାରିତ ହୋଇଛି । ୧୨ଟା ୧୫ରୁ ୧୨ଟା ୪୫ ଯାଏଁ ୩୦ ମିନିଟର ରହିଛି ମହେନ୍ଦ୍ର ବେଳା । ୧୨ଟା ୨୯ମିନିଟ ୦୮ରୁ ୧୨ଟା ୩୦ ମିନିଟ ୩୨ସେକେଣ୍ଡ ପର୍ଯ୍ୟନ୍ତ ଅଭିଜିତ ମୁହୂର୍ତ୍ତ ରହିଛି । ମାତ୍ର ୮୪ ସେକେଣ୍ଡର ଅଭିଜିତ ମୁହୂର୍ତ୍ତରେ ପ୍ରାଣପ୍ରତିଷ୍ଠା ହେବ ।

ତେବେ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ କଡ଼ା ସରକ୍ଷା ବଳୟ ମଧ୍ୟରେ ରହିଛି ଅଯୋଧ୍ୟାରେ ନଗରୀ । ଏନଏସଜି ସ୍ନାଇପର ଓ ଏଟିଏସ କମାଣ୍ଡୋ ଟିମର ତୀକ୍ଷ୍ଣ ନଜର ରହିଛି । ଅର୍ଦ୍ଧସାମରିକ ବାହିନୀ ସମେତ ୧୫ ହଜାର ପୋଲିସ ମୁତୟନ ହୋଇଛନ୍ତି । ୧୦ ହଜାର ସିସିଟିଭି ନଜରେ ରହିଛି ସମଗ୍ର ଅଯୋଧ୍ୟା ନଗରୀ ।

Get real time updates directly on you device, subscribe now.