fbpx

ଫୋନରେ ନେଟୱାର୍କ Problem ! ଫୋନର ସ୍ପୀଡ୍ ବଢ଼ାଇବା ପାଇଁ କରନ୍ତୁ ଏହି ଉପାୟ

ଓଡ଼ିଶା ଭାସ୍କର: ଆଜିକାଲି ଫୋନ୍ ଦୈନନ୍ଦିନ ଜୀବନର ଏକ ଅଂଶ ବିଶେଷ ପାଲଟି ଯାଇଛି ବୋଲି କହିଲେ ଭୁଲ ହେବନି । ସମସ୍ତ ଜରୁରୀ ତଥ୍ୟ ଯେପରି ଫୋନରେ ହିଁ ଫିଡ଼୍ ହୋଇ ରହିଛି । ପାଖରେ ଫୋନ୍ ନଥିଲେ କେମିତି ଗୋଟେ ଖାଲି ଖାଲି ଲାଗେ । ବେଳେ ବେଳେ ଫୋନ୍ ହ୍ୟାଙ୍ଗ୍ ହେବା କିମ୍ବା ନେଟୱାର୍କ ସମସ୍ୟା କାରଣରୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ସ୍ଥିତିରେ କ’ଣ କରିଲେ ନେଟୱାର୍କ ସମସ୍ୟା ରହିବନି ଆସନ୍ତୁ ଜାଣିବା ।

୧. ଅନେକ ସମୟରେ ଫୋନ୍ Restart କରିବା ଦ୍ୱାରା ସହଜରେ ସମସ୍ୟାର ସମାଧାନ ହୋଇଥାଏ । କିନ୍ତୁ Restart ପରେ ବି ଯଦି ଫୋନରେ ନେଟୱାର୍କ ସମସ୍ୟା ରହୁଛି ତେବେ ଫୋନର ସେଟିଙ୍ଗକୁ ଯାଇ ନେଟୱାର୍କ ଏବଂ ଇଣ୍ଟରନେଟ କନେକସନ ଉପରେ କ୍ଲିକ୍ କରନ୍ତୁ । ୱାଇଫାଇ ଏବଂ ମୋବାଇଲ ଡାଟା ମଧ୍ୟରେ ସ୍ୱିଚ୍ କରନ୍ତୁ । କିଛି ସମୟ ଅପେକ୍ଷା କରନ୍ତୁ । ବେଳେ ବେଳେ ନୋ ନେଟୱାର୍କ ଜୋନରେ ଥିଲେ ଏଭଳି ସମସ୍ୟା ଦେଖାଦେଇଥାଏ ।

୨. ଅଧିକାଂଶ ସମୟରେ ମୋବାଇଲରେ କିଛି ତୃଟି ରହିଥାଏ ଏବଂ ଆମକୁ ଲାଗେ ଯେ ନେଟୱାର୍କ ସମସ୍ୟା ରହିଛି । ଏଭଳି କିଛି ସମସ୍ୟା ଦେଖାଗଲେ ସିମ୍ କାର୍ଡ଼କୁ ଅନ୍ୟ ମୋବାଇଲରେ ଫିଡ୍ କରି ଥରେ ଚେକ୍ କରିଦିଅନ୍ତୁ । ଯଦମି ଏହା ପରେ ବି ସମସ୍ୟା ରହୁଛି ତେବେ ମୋବାଇଲର ସେଟିଂକୁ ଯାନ୍ତୁ । ୱାୟରଲେସ୍ ନେଟୱାର୍କ ସେଟିଂ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ମୋବାଇଲ ନେଟୱାର୍କ ଅପସନ୍ ସିଲେକ୍ଟ କରି ମାନୁଆଲ ବା ଅଟୋମେଟିକ୍ ନେଟୱାର୍କ ଉପରେ କ୍ଲିକ୍ କରନ୍ତୁ ।

୩. ଫୋନରେ ଥିବା ଏରୋପ୍ଲେନ୍ ମୋଡ୍ ମାଧ୍ୟମରେ ବି ସମସ୍ୟାର ସମାଧାନ ହୋଇପାରିବ । ଫୋନରେ ବାରମ୍ବାର ନେଟୱାର୍କ ସମସ୍ୟା ରହୁଥିଲେ ରିଷ୍ଟାର୍ଟ କରିବା ପରିବର୍ତ୍ତେ ଫ୍ଲାଇଟ୍ ମୋଡକୁ ନେଇ ଆସନ୍ତୁ । କିଛି ସମୟ ପରେ ପୁଣି ଅନ୍ କରିଦିଅନ୍ତୁ । ନେଟୱାର୍କ ଷ୍ଟେବଲ ହୋଇଯିବ ।

୪. ଉପରୋକ୍ତ ଉପାୟ ମାଧ୍ୟମରେ ବି ଯଦି ଫୋନରେ ନେଟୱାର୍କ ସମସ୍ୟା ରହୁଛି ତେବେ ଫୋନର ଲେଟେଷ୍ଟ OS ଅପଡେଟ୍ ଅଛି ନା ନାହିଁ ଚେକ୍ କରି ଦିଅନ୍ତୁ । ଯଦି ହୋଇନାହିଁ ତେବେ ଲେଟେଷ୍ଟ ସଫ୍ଟୱେୟାର ଅପଡେଟ୍ କରାନ୍ତୁ ।

Get real time updates directly on you device, subscribe now.