fbpx
BJD
BJD SKY
BJD SKY

ଓଲଟିଲା ଗୋରୁ ବୋଝେଇ ଟ୍ରକ: ଚାଲିଗଲା ୧୩ ଗୋରୁଙ୍କ ଜୀବନ

ସୋନପୁର: ଏକ ଗୋରୁ ବୋଝେଇ ଟ୍ରକ ଓଲଟି ପଡିଥିବା କଥା ସାମ୍ନାକୁ ଆସିଛି । ଏହି ଦୁର୍ଘଟଣା ସୋନପୁର ଜିଲ୍ଲା ବୁର୍ଡା-ଅର୍ଜୁନପୁର ରାସ୍ତାରେ ଘଟିଛି । ଦୁର୍ଘଟଣା ଯୋଗୁଁ ୧୩ଟି ଗୋରୁଙ୍କର ପ୍ରାଣହାନୀ ଘଟିଛି । କିନ୍ତୁ ଏହା ପଛରେ ଏସ୍କଟ ଗାଡ଼ିରେ ଥିବା ଲୋକେ ଅନ୍ୟ ଏକ ଟ୍ରକରେ ଅବଶିଷ୍ଟ ଜୀବନ୍ତ ଗୋରୁଙ୍କୁ ନେଇ ପଳାଇଛନ୍ତି ।

ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରକ ବୁର୍ଡାରୁ ସୋନପୁର ଆଡ଼କୁ ଯାଉଥିଲା । ତେବେ ବିଶିମୁଣ୍ଡା କର୍ଲାଖମନ ଛକରେ ଏହି ଟ୍ରକଟି ଓଲଟି ପଡିଥିଲା । ଯାହାଫଳରେ ଘଟଣାସ୍ଥଳରେ ୧୩ ଗୋରୁଙ୍କର ପ୍ରାଣହାନି ଘଟିଛି ।

ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ରାଜ୍ୟରେ ଏପରି ଗୋଚାଲାଣ ହେଉଥିଲେ ମଧ୍ୟ ପୋଲିସ ଏଥିପ୍ରତି ଦୃଷ୍ଟି ଦେଉନାହିଁ । ଏପରିକି ଏନେଇ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ।

Get real time updates directly on you device, subscribe now.